କରିନାଙ୍କୁ ପସନ୍ଦ ନ ଥିଲେ ବିବାହିତ ପୁରୁଷ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୦ ସେପ୍ଟେମ୍ବର ୨୧ରେ ମାୟାନଗରୀରେ ଜନ୍ମନେଇଥିବା ଏହି ନାୟିକା ବେବୋ ନାଁରେ ବେଶ୍‌ ପରିଚିତ। କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଏହି ନାୟିକାଙ୍କର ବଡ ପରଦାରେ ରହିଛି ଏକ ସ୍ବତନ୍ତ୍ର ପରିଚୟ। କରିନା କଭି ଖୁସି କଭି ଗମ୍‌, ଅଶୋକା, ଚମେଲି, ୩ ଇଡିଅଟ୍ସ, ବଡିଗାର୍ଡ, ତଲାସ, ବଜରଙ୍ଗି ଭାଇଜାନ, ଉଡତା ପଞ୍ଜାବ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ତେବେ ସମୟକ୍ରମେ ଏହି ନାୟିକା ପ୍ରେମରେ ପଡିବା ଓ ଡେଟିଂ କରିବାକୁ ନେଇ ରହିଥିଲେ ଚର୍ଚ୍ଚାରେ। ନାୟକ ସାହିଦ୍‌ କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ଥିବା ବେଳେ ହଠାତ୍‌ ହୋଇଥିଲା ବ୍ରେକ୍‌ ଅପ୍‌। ଏମିତିକି କରିନା କହୁଥିଲେ ସେ ବିବାହିତ ପୁରୁଷଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। କାରଣ ଏମାନେ ତାଙ୍କ କ୍ୟାରିୟର ପାଇଁ ଆଦୌ ଭଲ ନୁହେଁ। ଅବଶ୍ୟ ସାହିଦ୍‌ ବିବାହିତ ନ ଥିଲେ କିନ୍ତୁ କ’ଣ ପାଇଁ କେଜାଣି କରିନା ଦୂରେଇ ଯାଇଥିଲେ ସାହିଦଙ୍କ ପାଖରୁ। ଶେଷରେ କିନ୍ତୁ ସେ ବିବାହିତ ପୁରୁଷଙ୍କୁ ହିଁ ଜୀବନସାଥି ଭାବେ ବାଛି ନେଇଥିଲେ। ଏକ ସାକ୍ଷାତ୍‌କାରରେ କରିନା କହିଥିଲେ ସେ ଶୈଫ ଅଲି ଖାଁଙ୍କୁ ପ୍ରେମ କରନ୍ତି ତେଣୁ ସେ ତାଙ୍କୁ ବିବାହ କରିଛନ୍ତି। ଶୈଫ ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ୨ଟି ସନ୍ତାନ ମଧ୍ୟ ଥିଲେ।

Share