Categories: ଜାତୀୟ

କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର

ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ ଗାଁ କରହନିଆରେ କେତେକ ବିବାହ ଯୋଗ୍ୟ ପୁଅଙ୍କର ବିବାହ ଜଳ ସଙ୍କଟ ଯୋଗୁ ହୋଇପାରୁ ନାହିଁ। ପାଣି ପାଇଁ ଘରର ମହିଳାଙ୍କୁ ବଡ଼ିଭୋରରୁ ୫ କିଲୋମିଟର ଯିବାକୁ ପଡୁଛି। ତେଣୁ ଝିଅଙ୍କୁ ହନ୍ତସନ୍ତ କରିବାକୁ କନ୍ୟାଘର ରାଜି ହେଉ ନ ଥିବା କୁହାଯାଉଛି। ଏହି ଗାଁରୁ ଝିଅମାନେ ବାହାର ଗାଁ ପୁଅଙ୍କ ସହିତ ବିବାହ କରୁଥିଲେ ମଧ୍ୟ ଅନ୍ୟ ଗାଁରୁ ଏଠାକୁ ଝିଅ ବିବାହ କରି ଆସିବାକୁ ଚାହୁଁ ନାହାଁନ୍ତି। କରହନିଆ ଗାଁରେ ଶହେ ଆଦିବାସୀ ପରିବାର ବାସ କରୁଛନ୍ତି। ଏଠାରେ ଭୂତଳ ଜଳସ୍ତର କମି ଯାଉଥିବାରୁ ତିଆରି ହୋଇଥିବା ନଳ କୂଅ ଗୁଡ଼ିକ ଶୁଖିଲା ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share