କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ ଅନ୍‌ଲାଇନ୍‌ ପିଟିଶନ୍‌ ଆରମ୍ଭ ହୋଇଛି। ଏହାକୁ ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ନାମକ ଜଣେ ଫେସବୁକ୍‌ ୟୁଜର ଆରମ୍ଭ କରିଛନ୍ତି। ଇତିମଧ୍ୟରେ  ଏଥିରେ ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର ସାଇନ୍‌ କରିସାରିଛନ୍ତି। କରନ ଜୋହର,ସଲମାନ ଖାଁ ଏବଂ ୟଶରାଜ ଫିଲ୍ମ‌କୁ ବହିଷ୍କାର କରିବା ଲାଗି ଏହି ଅନ୍‌ଲାଇନ୍‌ ପିଟିଶନ ଅଭିଯାନ ଆରମ୍ଭ ହୋଇଛି। ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ଏହାକୁ ଜୁନ୍‌ ୧୬ ସନ୍ଧ୍ୟା ୬ଟା ୪୭ରେ ପୋଷ୍ଟ କରିଥିଲେ। ୟୁଜରଙ୍କକୁ ସାଇନ୍‌ କରିବା ଲାଗି ଏଥିରେ ପରାମର୍ଶ ଦିଆଯାଇଥିଲା। ୧୦ ଲକ୍ଷ ସାଇନ୍‌ ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିବା କୁହାଯାଉଛି।

Share