କରନ୍‌ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା। ସମସ୍ତେ ତାଙ୍କର ହସହସ ମୁହଁକୁ ମନେ ପକାଉଛନ୍ତି। ଏପରିକି ତାଙ୍କ ସହ ବିତାଇଥିବା ମୁହୂର୍ତ୍ତର ଫଟୋ ଶେୟାର କରୁଛନ୍ତି। ଅଭିନେତ୍ରୀ କ୍ରିତି ସାନନ୍‌ ମଧ୍ୟ ଚଳଚ୍ଚିତ୍ର ରାବ୍‌ତାରେ ସୁଶାନ୍ତଙ୍କ ସହ ନଜର ଆସିଥିଲେ। ସେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏବେ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ କଫି ଉଇଥ୍‌ କରନ୍‌ରେ ସୁଶାନ୍ତଙ୍କୁ ଏକ ନଂ ରେଟିଂ ଦେଉଥିବା ନଜର ଆସିଛି।

ଭିଡିଓରେ ଫିଲ୍ମ ନିର୍ମାତା ତଥା ପ୍ରଯୋଜକ କରଣ ଜୋହର କ୍ରିତୀଙ୍କୁ ବରୁଣ ଧାୱନ, କାର୍ତ୍ତିକ ଆର୍ୟନ, ଆୟୁଷ୍ମାନ ଖୁରାନ୍ନା, ସୁଶାନ୍ତ ସିଂ ରାଜପୁତ ଏବଂ ଟାଇଗର ଶ୍ରଫଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ରେଟିଂ ଦେବାକୁ କହିଛନ୍ତି। ଏହାର ଜବାବରେ କ୍ରିତୀ ପ୍ରଥମ ନାମ ଭାବେ ସୁଶାନ୍ତ ସିଂ ରାଜପୁତଙ୍କୁ ବାଛିଥିଲେ। ସେ ସୁଶାନ୍ତଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଦକ୍ଷ ଅଭିନେତା ଭାବରେ ବର୍ଣ୍ଣନା କରିଥିଲେ। ଏହା ପରେ ସେ ବରୁଣ, କାର୍ତ୍ତିକ, ଆୟୁଷ୍ମାନ ଏବଂ ଟାଇଗରଙ୍କ ନାମ ନେଇଥିଲେ। ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

କ୍ରିତି ଏବଂ ସୁଶାନ୍ତ ରାବ୍‌ତା ଫିଲ୍ମରେ ଏକାଠି କାମ କରିଥିଲେ। ଫିଲ୍ମ ସେତେଟା ସଫଳ ହୋଇ ନ ଥିଲେ ହେଁ ତଥାପି ଉଭୟ ଉଭୟଙ୍କ ଭଲ ବନ୍ଧୁ ପାଲଟିଥିଲେ। ସୁଶାନ୍ତଙ୍କ ବିୟୋଗ ପରେ କ୍ରିତି ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ। ସେ ଲେଖିଥିଲେ ‘ସୁଶ୍‌ … ମୁଁ ଜାଣିଥିଲି ଯେ ତୁମର ଉଜ୍ଜ୍ୱଳ ମନ ତୁମର ସର୍ବୋତ୍ତମ ବନ୍ଧୁ ଏବଂ ତୁମର ଖରାପ ଶତ୍ରୁ। ମୁଁ ଏହା ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ଯେ ତୁମ ଜୀବନରେ ଏକ ମୁହୂର୍ତ୍ତ ଆସିଛି ଯେଉଁଠାରେ ତୁମେ ବଞ୍ଚିବା ଅପେକ୍ଷା ସହଜରେ ମରିବା ସହଜ ମନେ କରିଛ। ମୋ ହୃଦୟର ଗୋଟିଏ ଅଂଶ ତୁମ ସହିତ ଯାଇଛି ଏବଂ ଅନ୍ୟ ଭାଗରେ ତୁମେ ସବୁବେଳେ ଜୀବିତ ରହିବ। ମୁଁ ତୁମ ଖୁସି ପାଇଁ ପ୍ରାର୍ଥନା କରିବା ବନ୍ଦ କରି ନାହିଁ କି କେବେବି କରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri