କରତାରପୁର କରିଡର: ଦର୍ଶନ ପାଇଁ ଶିଖ ଶ୍ରଦ୍ଧାଳୁଙ୍କୁ ୨୦ ଡଲାର ମାଗୁଛି ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୦: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଏବେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କଠାରୁ ଚାନ୍ଦା ମାଗିବାକୁ ଯୋଜନା ପ୍ରସ୍ତୁତ କରି ସାରିଛି। ପାକିସ୍ତାନ କରତାରପୁର କରିଡରକୁ ନେଇ ଶେଷ ଥର ପାଇଁ ଭାରତକୁ ପଠାଇଥିବା ବାର୍ତ୍ତାରେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ଠାରୁ ୩୧୨୦ ପାକିସ୍ତାନୀ ଟଙ୍କା(୨୦ଡଲାର)ଆଦାୟ କରିବାକୁ ପ୍ରସ୍ତାବ ଦେଇଛି। ଶେଷ ଥର ପାକିସ୍ତାନ କହିଥିଲା ବିନା କୌଣସି ବାଧାରେ କରତାରପୁର କରିଡର ପରିଦର୍ଶନ କରିହେବ। ହେଲେ ଭାରତ ଅତିକମ୍‌ରେ ୧୦ ଦିନ ପୂର୍ବରୁ ଶ୍ରଦ୍ଧାଳୁଙ୍କ ଏକ ତାଲିକା ପାକିସ୍ତାନକୁ ହସ୍ତାନ୍ତର କରିବ ଆଉ ପାକିସ୍ତାନ ଏହା ଉପରେ ୪ ଦିନ ମଧ୍ୟରେ ଜବାବ ଦେବ ବୋଲି କୁହାଯାଇଥିଲା।

Share