କରତାରପୁର କରିଡର ଉଦ୍‌ଘାଟନ ପାଇଁ ପହଞ୍ଚିଲେ ମୋଦି

ଇସ୍‌ଲାମାବାଦ,୯।୧୧: ଶିଖ ସମ୍ପ୍ରଦାୟର ବହୁବର୍ଷ ଧରି ଥିବା ସ୍ବପ୍ନ ଏବେ ପୁରଣ ହୋଇଛି। ପାକିିସ୍ତାନର ନାରୋଓ୍ବାଲ ଜିଲା କରତାରପୁରଠାରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯିବାପାଇଁ ଇଣ୍ଟିଗ୍ରେଟଡ ଚେକ୍‌ ପୋଷ୍ଟର ଉଦ୍‌ଘାଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାକୁ ଗସ୍ତ କରିଛନ୍ତି। ପ୍ରଥମେ ମୋଦି ସୁଲତାନପୁର ଲୋଧି ସ୍ଥିତ ଐତିହାସିକ ଶ୍ରୀ ବେର ସାହେବ ଗୁରୁଦ୍ୱାରରେ ପହଞ୍ଚି ପୂଜା କରିଥିଲେ। ଏହାପରେ ସେ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ। ସୂଚନାଯୋଗ୍ୟ,ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ପାକିସ୍ତାନ ସ୍ଥିତ କରତାରପୁର ସାହିବ ଦର୍ଶନ କରିବାକୁ ପ୍ରସ୍ତୁତ ହୋଇଥିବା କରତାରପୁର କରିଡର ଶନିବାରଠାରୁ ଖୋଲିଯିବ। ଏହାପରେ ଗୁରୁଦ୍ୱାର କରତାରପୁର ସାହିବ ଦର୍ଶନ କରିବା ଲାଗି ସବୁ ଶିଖମାନଙ୍କୁ ସୌଭଗ୍ୟ ମିଳିବ।

Share