କମ୍‌ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍‌ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମରେ କରୀନା ଜଣେ ଗର୍ଭବତୀ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିନୟ କ୍ୟାରିୟରରେ କରୀନା ନିଜର ପାରମ୍ପରିକ ଧାରାକୁ ପଛରେ ପକାଇ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏକ ସାକ୍ଷାତ୍‌କାରରେ କରୀନା କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ ବୟସ୍କା ମହିଳା ଜଣେ କମ୍‌ ବୟସର ଯୁବକଙ୍କ ସହ ରୋମାନ୍ସ କରି ସବୁ ନିୟମକୁ ଭଙ୍ଗ କରିଦେବ। ଏଥିସହ ଦୁଇ ଭିନ୍ନ ଭିନ୍ନ ପିଢ଼ି ପରସ୍ପର ପ୍ରେମରେ ପଡ଼ିଯିବେ। କେବଳ ସେତିକି ନୁହେଁ, ନିଜ ଓ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ଭିତରେ ଥିବା ସମ୍ପର୍କ ଏବଂ ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନ୍ସଙ୍କ ସମ୍ପର୍କର ଉଦାହରଣ ଦେଇଛନ୍ତି। ଏହା କୌଣସି ବଡ଼ କଥା ହୋଇ ନ ଥିବା ବେଳେ ନିର୍ମାତାଙ୍କୁ ଏବେ ନିଜର ମାନସିକ ବଦଳାଇବାର ସମୟ ଆସିଛି ବୋଲି କରୀନା କହିଛନ୍ତି। ନିକଟରେ ଫିଲ୍ମ ‘ଶିମ୍‌ଲା ମିର୍ଚ୍ଚି’ର ଟ୍ରେଲରେ ରିଲିଜ୍‌ ହୋଇଥିବା ବେଳେ ଏଥିରେ କିଛି ଏଭଳି ଚରିତ୍ର ଦେଖିବାକୁ ମିଳିଥିଲା। ଯେଉଁଥିରେ ହେମାମାଳିନୀ ନିଜ ପୁଅ ବୟସର ଯୁବକଙ୍କ ପ୍ରେମରେ ପଡ଼ିଯାଇଥାନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ରମେଶ ସିପ୍ପି ତୁଲାଇଥିବା ବେଳେ ୩ ଜାନୁୟାରୀରେ ଏହା ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri