୨୦ ବର୍ଷ ବୟସ ବେଳକୁ ଷ୍ଟାର ପାଲଟିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବୟସ ସହ ଜଣେ କଳାକାରର ଦକ୍ଷତା ମପାଯାଇପାରେନା। ବଲିଉଡ୍‌ରେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ୨୦ବର୍ଷ ହେବା ପୂର୍ବରୁ ଷ୍ଟାର ପାଲଟିଛନ୍ତି। ୧୫ ମାର୍ଚ୍ଚ ୧୯୯୩ରେ ଜନ୍ମିତ ଆଲିଆ ଭଟ୍ଟ ମାତ୍ର ୧୯ ବର୍ଷ ବୟସରେ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ର ସଫଳତା ତାଙ୍କୁ ଜଣେ ଭଲ ଅଭିନେତ୍ରୀର ପରିଚୟ ଦେଇଥିଲା। ସେହିଭଳି ନିକଟରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର-୨’ ଯୋଗେ ବଲିଉଡ୍‌ରେ ପାଦ ରଖିଥିଲେ ନବାଗତା ଅନନ୍ୟା ପାଣ୍ଡେ। ୩୦ ଅକ୍ଟୋବର ୧୯୯୮ରେ ଜନ୍ମିତ ଅନନ୍ୟାଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା। ଏପରିକି ତାଙ୍କର ଅଭିନୟ ଦେଖି ଅନେକେ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଅଡି ବସିଥିଲେ।

୨୫ ଫେବୃୟାରୀ ୧୯୯୪ରେ ଜନ୍ମିତ ଉର୍ବଶୀ ରୌତେଲା ୨୦୧୫ରେ ବିଶ୍ୱ ସୁନ୍ଦରୀ ହୋଇଥିଲା। ଏହାପରେ ସେ ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ସିଂ ସାହେବ ଦ ଗ୍ରେଟ୍‌ରେ ଅଭିନୟ ଆରମ୍ଭ କରିଥିଲେ। ସନି ଦେଓଲଙ୍କ ବିପକ୍ଷରେ ତାଙ୍କ ଅଭିନୟକୁ ଅନେକେ ପସନ୍ଦ କରିଥିଲେ।

୨୩ ମାର୍ଚ୍ଚ ୧୯୮୭ରେ ଜନ୍ମିତ କଙ୍ଗନା ରାଣାଓ୍ବତ ୨୦୦୬ରେ ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏବେ ସେ ବଲିଉଡ୍‌ର ଜଣେ ମହଙ୍ଗା ଅଭିନେତ୍ରୀ ବୋଲି କହିପାରିବେ। ସେହିଭଳି ୨୧ ଡିସେମ୍ବର ୧୯୮୯ରେ ଜନ୍ମିତ ତମନ୍ନା ଭାଟିଆ ୧୬ ବର୍ଷ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଚାନ୍ଦ ସା ରୋଶନ ଚେହେରା’। ଏହାପରେ ସେ ହିଟ୍‌ ନାୟିକା ପାଲଟିଛନ୍ତି।

Share