କମ୍‌ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ପ୍ରତ୍ୟୁଷା ବାନାର୍ଜୀ:


ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ ୨୦୧୬ ଏପ୍ରିଲ ୧ରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରତ୍ୟୁଷାଙ୍କ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ୍‌ ରାହୁଲ ରାଜସିଂହଙ୍କୁ ଦୋଷୀ କରିଥିଲେ ତାଙ୍କ ପରିବାର ଲୋକେ। ପ୍ରତ୍ୟୁଷାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା।

ଜିୟା ଖାନ୍‌:


ନିଃଶବ୍ଦ, ହାଉସ୍‌ଫୁଲ୍‌, ଗଜନୀ ଆଦି ଫିଲ୍ମରେ ଅଭିନୟ କରିଥିବା ଜିୟା ଖାନ୍‌ ୨୦୧୩ ଜୁନ୍‌ ୩ରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ସେତେବେଳକୁ ୨୫ ବର୍ଷ ହୋଇଥିଲା। ଏଥିରେ ମଧ୍ୟ ତାଙ୍କ ବୟଫ୍ରେଣ୍ଡ୍‌ ସୁରଜ୍‌ଙ୍କୁ ଦାୟୀ କରାଯାଇଥିଲା।

କୁଣାଳ ସିଂହ:


ଅଭିନେତା କୁଣାଳ ସିଂହ ଫିଲ୍ମରେ ନିଜର କାମକୁ ନେଇ ବେଶ୍‌ ଜଣାଶୁଣା। ସେ ୧୯୯୯ ମସିହାରେ ”Kadhalar Dhinam’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ସୋନାଲି ବେନ୍ଦ୍ରେ। ୨୦୦୮ ଫେବୃୟାରୀ ୭ରେ କୁଣାଳ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କାହିଁକି କରିଥିଲେ ସେ ବିଷୟରେ ଯଦିଓ ସ୍ପଷ୍ଟ ହୋଇ ନ ଥିଲା ଲଗାତର ଫିଲ୍ମରେ ଅସଫଳ ହେଉଥିବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ବୋଲି କୁହାଯାଇଥିଲା। ତାଙ୍କୁ ସେତେବେଳକୁ ୩୦ ବର୍ଷ ହୋଇଥିଲା।

କୁଶଲ ପଞ୍ଜାବୀ:


ଟେଲି ଅଭିନେତା କୁଶଲ ପଞ୍ଜାବୀ ଗୁରୁବାର ରାତିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ୩୭ ବର୍ଷରେ କୁଶଲଙ୍କ ଏପରି ପଦକ୍ଷେପକୁ ଇଣ୍ଡଷ୍ଟ୍ରିର ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

Share