କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ବସୁଥିଲେ…

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ଫଳରେ ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ କାର୍ଯ୍ୟର ଆବଶ୍ୟକତା ସହ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ଜରୁରୀ। ଜାଣନ୍ତୁ ଏ ସମ୍ପର୍କରେ…

– କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଦୌ ବସନ୍ତୁ ନାହିଁ। ପ୍ରତି ୧ ଘଣ୍ଟା ଅନ୍ତରରେ ସିଟ୍‌ରୁ ଉଠି ବାହାରେ ଟିକେ ବୁଲି ଆସନ୍ତୁ।

– କମ୍ପ୍ୟୁଟରକୁ ଆଖି ଠାରୁ କିଛି ଦୂରରେ ରଖନ୍ତୁ। ଅତି ନିକଟରେ ରଖନ୍ତୁ ନାହିଁ। କିଛି ସମୟ କାମ କରିବା ପରେ ସିଟ୍‌ରୁ ଉଠିଯାଇ ଆଖିରେ ଥଣ୍ଡା ପାଣି ଛାଟନ୍ତୁ। ଏପରି କଲେ ଆରାମ ଲାଗିବ।

– କାର୍ଯ୍ୟ କରିବାର କିଛି ସମୟ ପରେ ଆଖିର ପଲକ ପକାଇ ୫ ରୁ ୧୦ ମିନିଟ୍‌ ରଖନ୍ତୁ। ସବୁଜ ଗଛପତ୍ରକୁ କିଛି ସମୟ ଚାହିଁ ରୁହନ୍ତୁ।

– ରାତିରେ ସ୍ମାର୍ଟ ଫୋନ୍‌କୁ ଅଧିକ ସମୟ ଚାହିଁ ରୁହନ୍ତୁ ନାହିଁ। ଏହା ଦ୍ୱାରା ଆଖି ବିନ୍ଧିବା ସହ ମୁଣ୍ଡବିନ୍ଧା ହୋଇଥାଏ।

– ଆଖି ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ଚଷମା ବ୍ୟବହାର କରନ୍ତୁ।