Categories: ବାଣିଜ୍ୟ

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୩.୧୦ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୪। ୫: ଦେଶର ପୁଞ୍ଜିବଜାର କାରବାର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଦେଶର ୧୦ ପ୍ରମୁଖ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୩.୧୦ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ସବୁଠାରୁ ଅଧିକ ଲାଭ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌)କୁ ହୋଇଛି। ଗତ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୩୯୦.୪୦ ପଏଣ୍ଟ ବା ୭.୬୩% ବଢିଥିବା ନଜରକୁ ଆସିଛି। ସେହିଭଳି ଏପ୍ରିଲରେ ବିଦେଶୀ ପୁଞ୍ଜି ନିବେଶକମାନେ ବଜାରରୁ ୧୫,୪୦୩ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି।

Share