Categories: ଯାଜପୁର

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ରବିବାର ଉକ୍ତ ଯୁବକଙ୍କ ସାଙ୍ଗଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ୧୬୧/୧୯) ରୁଜୁକରିଥିଲା। ଥାନାଧିକାରୀ ଆଶିଷ ସାହୁ ତଦନ୍ତ କରି ବୁଲାରାମ ଜେନା ଓ ରାଜା ଜେନାଙ୍କୁ ଗିରଫ କରିଥିବାବେଳ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ପ୍ରକାଶ ଯେ, ଶନିବାର ଅପରାହ୍ନରେ କଣ୍ଟାବଣିଆ ଦଳିତ ବସ୍ତିର ଟୁଟୁ ଜେନା(୨୦), ଯଦୁଆ ଜେନା(୪୦) ନିଧିଆ ଜେନା(୩୨), ବାବୁ ଜେନା(୨୦), ବୁଲାରାମ ଜେନା(୫୨) ଓ ବିନୟ ଜେନାଙ୍କ ସମେତ କେତେକ ବ୍ୟକ୍ତି ସ୍ଥାନୀୟ ବଜାରରେ ଗାଳିଗୁଲଜ କରୁଥିଲେ। ଏହି ସମୟରେ ଦୋଗଡା ଗ୍ରାମର ନିରଞ୍ଜନଙ୍କ ସହ ସୁଶାନ୍ତ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସୋମାନଙ୍କୁ ଗାଳିଗୁଲଜ କରିପଳାଇଥିଲେ। ପରେ ସେମାନେ ଦୋଗଡା ସ୍କୁଲ ପଛପଟେ ମାରଣାସ୍ତ୍ର ସହ ଲୁଚି ରହିଥିଲେ। ଏହି ସମୟରେ ନିରଞ୍ଜନ ଏକାକୀ ଘରକୁ ଫେରୁଥିବାବେଳେ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ପଛପଟକୁ ହାଣିଦେଇଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ରବିବାର ନିରଞ୍ଜନଙ୍କ ବନ୍ଧୁ ସୁଶାନ୍ତ ଥାନାରେ ଅଭିଯୋଗ କରିଥିଲେ।