କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍‌ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍‌ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି ଯୁବଗୋଷ୍ଠୀନୁ ଆରମ୍‌ କରି ସବୁ ବରଗର ଲୁକ୍‌କର ଭିତରେ ବୋଟଲ ଥଁଡା ପାନୀୟର ଚାହିଦା ବଢ଼ତେଲ ଯାଉଛେ। ଇତାକେ ଦେଖି କେତେ ନକଲି କମ୍ପାନୀ ବଜାରକେ ସେମାନକର ଥଁଡା ପାନୀୟ ଛାଡ଼ି ଭଲ ଦୁଇ ପଏସା ରୁଜଗାର କରୁଛନ୍‌। ବଡ଼ଭାରି ହିସାବେ ଗାଁଗଁଲିରେ ଇ ନକଲି ଥଁଡ଼ା ପାନୀୟର କାରବାର ହେଉଛେ। ନାଁକରା କମ୍ପାନୀର ଥଁଡା ପାନୀୟ ତୁଲନାରେ ନକଲି ପାନୀୟରେ ଅଧ୍‌କା ଲାଭ ମିଲୁଛେ। ଯେନ୍‌ଥିରଲାଗି ବେଉସାୟୀମାନେ ଲୁକ୍‌କୁ ବୁଝାସୁଝା କରି ଇ ନକଲି ଥଁଡା ପାନୀୟ ବିକୁଛନ୍‌। ଇଆଡ଼େ ନକଲି ପାନୀୟର ବିକ୍‌ରି ଉପରେ ରୋକ୍‌ ଲାଗି ସୁଆସ୍‌ତିଅ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଗାଁଗଁଲିନୁ ସହରତକ୍‌ ନକଲି ଥଁଡା ପାନୀୟର ବିକ୍‌ରିବଟା ବଢ଼ତେଲ ଯାଉଛେ। କଳାହାଣ୍ଡି ଜିଲାର ବଡ଼ଭାଗି ଗାଁମାନକେ ନୀରିହ ଆଦିବାସୀମାନେ ବାସ କରୁଥିଲାବେଲେ ତାକର ସରଲତାର ସୁଯୋଗ ନେଇ ବେଉସାୟୀମାନେ ମାଲେମାଲ ହେଉଛନ୍‌। ଆଘ ଘରକେ କିଏ କୁନୁଆଁ ଆଏଲେ ଦହି ସରବତ୍‌, ଲେଁଭଉ ସରବତ, ବେଲପନା, ଗୁରପନା, କୁସେର ପନା ଲେଖେଁ ଅନେକ ପାରମ୍ପରିକ ସରବତ୍‌, ପନା ଦିଆଯାଉଥିଲା। ହେଲେ ଆଏଜ୍‌କାଲି ସସ୍‌ତା ଆର ସୁବିଧା ଦୁରୁଷ୍‌ଟିରୁ ଭିନେ ଭିନେ କମ୍ପାନୀର ଥଁଡା ପାନୀୟ କୁନୁଆଁମାନକୁ ଦେବାର ଗୁଟେ ରିକ୍‌ମା ହେଲାନ। ହେଲେ ଗଁାଗଁଲିରେ ଦୁକାନୀମାନେ ବ୍ରାଣ୍ଡେଡ୍‌ କମ୍ପାନୀର ପାନୀୟ ଜାଗାରେ ନକଲି କମ୍ପାନୀର ସସ୍‌ତା ପାନୀୟ ବିକି ଭଲ ଦୁଇପଏସା କମଉଛନ୍‌। ଯେନ୍‌ଥିରଲାଗି ପାରମ୍ପରିକ ସରବତ୍‌, ପନାର ଚାହିଦା କମ୍‌ବାର ସଂଗେ ବିକ୍‌ରିବଟା ବି ହେବାର ନାଇଁ ଦିଶବାର। ହେଲେ ସସ୍‌ତାରେ ମିଲୁଥିବାର ଇ ପାନୀୟ ଦିହିକେ କେତ୍‌କର ହିତ୍‌କର ଯେ କେହି ତାର ଗୁନ୍‌ ଧରମ୍‌ ପରୀକ୍ଷା ଦିଗେ ଧିଆନ୍‌ ନାଇଁ ଦେବାର। ଏନ୍‌ତା ପ୍ୟାକେଟ ଖାଏଦ୍‌ ସାମାନ ଉପରେ ଏଫ୍‌ଏସ୍‌ଏସ୍‌ଆଇ ପରମାନପତର ନମ୍ବର ଲଗାବାର ନିହାତି ଜରୁରି ଥିଲାବେଲେ ନକଲି ପାନୀୟରେ ଇ ସବୁ ଦେଖ୍‌ବାକେ ନାଇଁ ମିଲବାର। ଲୋକ୍‌ ଇ ସବୁ ପିଇ ନାନା ପରକାର ପେଟ ବେମାରୀର ଶିକାର ହେଉଛନ୍‌। ଭବାନୀପାଟଣା ଷ୍ଟେଚ୍ୟୁ ଛକ୍‌ରେ ଥିବାର ଜୁସ୍‌ ଦୁକାନର ମାଲିକ ମାନସ କୁମାର ସାହୁ ଆଘର ଲେଖେଁ ଆମ୍‌ରସ୍‌, ଲେଁଭଉପାନି, ବେଲପନା, ଲସି, ଦହିପାନିର ବେପାର ନାଇଁ ହେବାର ବଲି କହିଛନ୍‌। ଇଆଡ଼େ ଇ ନକଲି ପାନୀୟ ବାବ୍‌ଦେ ଫୁଡଇନ୍ସପେକ୍ଟର ଏ.କେ.ଚାନ୍ଦକୁଁ ପଚରାଲାରୁ ଇ ଦିଗେ ଧିଆନ୍‌ ଦେଇ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।