କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ। ହେଲେ ଏହି ଯୋଜନାର ସୁବିଧା ସୁଯୋଗ ନେବା ପାଇଁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ ପାଉନାହିଁ। ମହିଳାମାନେ କେତେକାଂଶରେ ଅସ୍ତ୍ରୋପଚାର କରୁଥିଲେ ମଧ୍ୟ ପୁରୁଷମାନେ ମଙ୍ଗୁନାହାନ୍ତି। ଫଳରେ ପୁରୁଷଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ସଂଖ୍ୟା ଶୂନ୍ୟ ହୋଇପଡ଼ୁଥିବା ବେଳେ ଉପଯୁକ୍ତ ସଚେତନତା ଅଭାବରୁ ମହିଳାମାନଙ୍କ ଅସ୍ତ୍ରୋପଚାର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।
ଏହି ଯୋଜନାର ସଫଳତା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଜାରି ରହିଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହି ଯୋଜନା ଏକପ୍ରକାର ଦିଗହରା ହୋଇପଡ଼ିଥିବା ଅଭିଯୋଗ ହେଉଛି। ୨୦୧୮-୧୯ରେ ବଅଁରପାଳ ବ୍ଲକ ଅଞ୍ଚଳରେ ୮ ଶହ ମହିଳାଙ୍କ କ୍ଷେତ୍ରରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯, ଏପରି ମୋଟ୍‌ ୬୧ ଜଣ ମହିଳା ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି। ପୁରୁଷମାନଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ସହଜ ଓ ଫଳପ୍ରଦ। ଏହାଛଡ଼ା ପୁରୁଷମାନଙ୍କ ପାଇଁ ଅଧିକ ପ୍ରତ୍ସୋହନ ରାଶିର ବ୍ୟବସ୍ଥା ରହିଛି। ମହିଳାମାନଙ୍କ ପାଇଁ ୧୪ ଶହ ଟଙ୍କା ଥିବା ବେଳେ ପୁରୁଷମାନଙ୍କୁ ୨ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ପୂର୍ବରୁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ସଂଖ୍ୟାରେ ମହିଳା ଏହି ଅସ୍ତ୍ରୋପଚାର କରୁଥିଲେ। କାରଣ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କଲେ ୧୪ଶହ ଟଙ୍କା ମିଳୁଥିବା ବେଳେ ଘରୋଇ ଚିକିତ୍ସାକେନ୍ଦ୍ରରେ ମାତ୍ର ୧ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ତେବେ ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ବନ୍ଦ ରହିଛି। ତେଣୁ ଆଗ୍ରହୀ ମହିଳାଙ୍କୁ ତାଳଚେର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ କେତେକ ଘରୋଇ ଚିକିତ୍ସାକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପଲତା ପ୍ରଧାନ କୁହନ୍ତି, ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ ରହିଛି। ଚଳିତ ବର୍ଷ ୮ ଶହ ମହିଳାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ୬୧ ଜଣ ମହିଳା ଅସ୍ତ୍ରୋପଚାର ହୋଇଛନ୍ତି। ଏହି ସଂଖ୍ୟା ଯେପରି ବୃଦ୍ଧି ପାଇବ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ମହିଳାମାନେ ନୂତନ ଗର୍ଭ ନିରୋଧକ ପଦ୍ଧତି ଅବଲମ୍ବନ କରି ଉପକୃତ ହେଉଥିବାରୁ ଏପରି ଅସ୍ତ୍ରୋପଚାର ପାଇଁ ଆଉ ପୂର୍ବପରି ଆଗ୍ରହ ପ୍ରକାଶ କରୁ ନ ଥିବା ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri