କମୁଛି ଖାଉଟିଙ୍କ ଖର୍ଚ୍ଚ, ଆଶଙ୍କାରେ ଶିଳ୍ପ

ନୂଆଦିଲ୍ଲୀ,୨୪।୪: ବିଶ୍ୱ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ବା ଖାଉଟିଙ୍କ ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାଉଟିଙ୍କ ଆତ୍ମବିଶ୍ୱାସ, ବେକାରି ହାର ଏବଂ ଜୀବନ ଧାରଣର ମାନ ଉପରେ ଲୋକଙ୍କର କ୍ରୟ ଅଭ୍ୟାସ ନିର୍ଭର କରିଥାଏ। ମାତ୍ର କରୋନା ଭଳି ଭୂତାଣୁ ଯୋଗୁ ଉପୁଜିଥିବା ସମସ୍ୟା ବର୍ତ୍ତମାନ ଖାଉଟିଙ୍କ ଖର୍ଚ୍ଚକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଲୋକମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ କେଉଁ ଭଳି ଭାବେ ଖର୍ଚ୍ଚ କରିବେ ସେ ନେଇ ଏବେ ବେଶି ଯତ୍ନଶୀଳ ହୋଇପଡିଛନ୍ତି। ଅନେକେ ଖର୍ଚ୍ଚ କମାଉଥିବା ନଜରକୁ ଆସିଛି। ଲୋକଙ୍କର ଖର୍ଚ୍ଚ ସମ୍ପର୍କିତ ବ୍ୟବହାରକୁ କରୋନାର ପ୍ରଭାବ ଆମୂଳଚୂଳ ପରିବର୍ତ୍ତନ କରିଛି ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ଲୋକ ଖର୍ଚ୍ଚ କମାଇଲେ ଏହାର ସିଧାସଳଖ ପ୍ରଭାବ ବଜାର ଉପରେ ପଡିବ ବୋଲି କୁହାଯାଇଛି।
ମ୍ୟାକେନ୍ସି ଆଣ୍ଡ କମ୍ପାନୀ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ, ଏଭଳି ସ୍ଥିତି ଯୋଗୁ କମ୍ପାନୀଗୁଡିକର ଉତ୍ପାଦନ ଉପରେ ମଧ୍ୟ ଗଭୀର ପ୍ରଭାବ ପଡୁଛି। ଖରାପ ସ୍ଥିତିକୁ ସାମ୍ନାକରିବା ଲାଗି କିଛି କମ୍ପାନୀ ପ୍ରସ୍ତୁତ ହୋଇ ରହିଛନ୍ତି। ମାତ୍ର ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଆଉ କିଛି କମ୍ପାନୀ ନିଜ ସ୍ଥିତି ବଜାୟ ରଖିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି। ଭବିଷ୍ୟତ ନେଇ ଖାଉଟି ଅନିଶ୍ଚିତତାରେ ଅଛନ୍ତି। ଏଥିଯୋଗୁ କ୍ରୟ ବ୍ୟବହାର ସିଧାସଳଖ ପ୍ରଭାବିତ ହୋଇଛି। ଅନେକ କ୍ଷେତ୍ରରେ ଖର୍ଚ୍ଚ କମାଇବା କିମ୍ବା ଖର୍ଚ୍ଚ ବାତିଲ କରିବା ଭଳି ପରିସ୍ଥିତି ଦେଖାଯାଇଛି। ଯେଉଁ ସାମଗ୍ରୀ ଓ ସେବା ଦରକାର ନାହିଁ ଲୋକମାନେ ତାହା କିଣିବା ଯୋଜନାକୁ ବାଦ୍‌ ଦେଇଛନ୍ତି। କୋଭିଡ୍‌-୧୯ ସ୍ଥିତି ଶୀଘ୍ର ସୁଧୁରିବା ନେଇ ଅଧିକାଂଶ ଦେଶ ଆଶାବାଦୀ ନାହାନ୍ତି। ଏହି ଦେଶ ସମୂହଙ୍କ ମଧ୍ୟରେ ଜାପାନ, ଦକ୍ଷିଣ କୋରିଆ, ଇଟାଲୀ, ସ୍ବିଡେନ, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ଦକ୍ଷିଣ ଆମେରିକା, ରୁଷିଆ, ସୁଇଜରଲାଣ୍ଡ,କାନାଡା ଏବଂ ଆମେରିକା ରହିଛି। ଏହି ସ୍ଥାନଗୁଡିକରେ ପରିବାରଗୁଡିକର ଖର୍ଚ୍ଚ କମ୍‌ ହେଉଥିବା ଦେଖାଯାଉଛି।
ସେହିଭଳି ଭାରତ, ଚାଇନା, ନାଇଜେରିଆ, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ପର୍ତ୍ତୁଗାଲରେ ସ୍ଥିତି ଅନ୍ୟ ଦେଶଗୁଡିକ ତୁଳନାରେ ସାମାନ୍ୟ ଭଲ ରହିଛି। ରିପୋର୍ଟରେ କୁହାଯାଇଛି, ଭାରତ ଭଳି ଅନ୍ୟ କିଛି ଦେଶରେ କରୋନା ମାମଲା ଅପେକ୍ଷାକୃତ କମ୍‌। ଏଣୁ ଲୋକମାନଙ୍କର କ୍ରୟ କ୍ଷମତା ଉପରେ ପ୍ରଭାବ କମ୍‌ ରହିବ। ୟୁରୋପୀୟ ଦେଶଗୁଡିକ ତୁଳନାରେ ଆମେରିକା ସ୍ଥିିତି ସୁଧୁରିବା ଲାଗି ଅଧିକ ଆଶାବାଦୀ ରହିଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ସ୍ଥିତି ସୁଧୁରିଯିବ ବୋଲି ଆମେରିକାବାସୀ ଆଶାବାଦୀ ରହିଛନ୍ତି। ଉଚ୍ଚ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ କ୍ରୟ ମନୋଭାବ ସାଧାରଣତଃ ଉଚ୍ଚରେ ରହିଛି। କେତେକ କ୍ଷେତ୍ରରେ ମହାମାରୀ ପୂର୍ବରୁ ଲୋକମାନେ ଯେତେ ପରିମାଣର ଖର୍ଚ୍ଚ କରୁଥିଲେ ତା’ଠାରୁ ଅଧିକ କରୁଛନ୍ତି। ଏହି ବର୍ଗରେ ଗ୍ରସେରି ଏବଂ ହାଉସହୋଲ୍ଡ ସାମଗ୍ରୀ ରହିଛି। ଅନ୍ୟ କିଛି ସ୍ଥାନରେ ହୋମ୍‌ ଏଣ୍ଟରଟେନ୍‌ମେଣ୍ଟର ଚାହିଦା ବଢିଛି। କୋରିଆରେ ଗେମିଂ କଲ୍‌ଚର ଅଧିକ ମାତ୍ରାରେ ବୃଦ୍ଧି ହେଉଥିବା ରିପୋର୍ଟରେ କୁହାଯାଇଛି। ଚାଇନାରେ କଟକଣା ଉଠିଥିବାରୁ ଗ୍ୟାସୋଲିନ, ଓ୍ବେଲନେସ,ପେଟ୍‌କେୟାର ସେବାର ଚାହିଦା ବଢିଛି। ଅନ୍ୟ କିଛି ଦେଶରେ ଏହି ସ୍ଥିତି ସମାନ ରହିଛି। ମାତ୍ର ଅନ୍ୟ କିଛି ବର୍ଗରେ ଆବଶ୍ୟକ ଥିଲେ ମଧ୍ୟ ଲୋକମାନେ ପୂର୍ବାପେକ୍ଷା ଖର୍ଚ୍ଚ କମ୍‌ କରିଛନ୍ତି।
ରେଷ୍ଟୁରାଣ୍ଟ ଏବଂ ଆଉଟଅଫ୍‌ ହୋମ୍‌ ସେଗ୍‌ମେଣ୍ଟକୁ କରୋନା ପୂରା କ୍ଷତିଗ୍ରସ୍ତ କରିଛି। ପ୍ରାୟ ସବୁ ଦେଶରେ ଏହି ଶିଳ୍ପର ଅବସ୍ଥା ବେହାଲ ହୋଇଛି। ଯାତ୍ରା କଟକଣା ଏବଂ ସାମାଜିକ ଦୂରତ୍ୱ ନିୟମ ଯୋଗୁ ପରିବହନ ଏବଂ ପର୍ଯ୍ୟଟନ ଶିଳ୍ପ କାରବାର ପୂରା ଠପ୍‌ ହୋଇଛି। ଆମେରିକା ଟ୍ରାଭେଲ ଶିଳ୍ପ ରାଜସ୍ବ ୮୧% ଖସିବା ନେଇ ଆକଳନ କରାଯାଇଛି। ୨୦୨୦ରେ ୫୧୯ ବିଲିୟନ ଡଲାର ଏବଂ ଅର୍ଥ ବ୍ୟବସ୍ଥାକୁ ୧.୨ ଲକ୍ଷ କୋଟି ଡଲାର କ୍ଷତି ହେବା ଆଶଙ୍କା କରାଯାଇଛି। ବିଶ୍ୱ ଟ୍ରାଭେଲ ଆଣ୍ଡ ଟୁରିଜମ କାଉନ୍‌ସିଲ ପକ୍ଷରୁ ହୋଇଥିବା ଆକଳନ ମୁତାବକ କୋଭିଡ୍‌-୧୯ ମୋଟ ୫୦ ନିୟୁତ ନିଯୁକ୍ତି ଉପରେ କଳାବାଦଲ ଛାଇ ହୋଇ ରହିଛି। ଏସିଆର ୩୦ ନିୟୁତ ନିଯୁକ୍ତି କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ବିଶ୍ୱ ଜିଡିପିକୁ ଟ୍ରାଭେଲ ଆଣ୍ଡ ଟୁରିଜମ ଶିଳ୍ପର ଯୋଗଦାନ ୧୦.୪% ରହିଛି। କରୋନା ପରେ ସ୍ଥିତି ସୁଧୁରିଲେ ମଧ୍ୟ କେବେ କାରବାର ଟ୍ରାକ୍‌କୁ ଫେରିବ ସେ ନେଇ କହି ହେଉନାହିଁ।
କରୋନା ପରେ ପୋଷାକ ଶିଳ୍ପରେ ଆଶଙ୍କା ଲାଗି ରହିଛି। ଚାଇନା କଥା ବିଚାରକୁ ନେଲେ ମହାମାରୀ ପୂର୍ବ ତୁଳନାରେ ବର୍ତ୍ତମାନ ଏହି ବର୍ଗରେ ଖର୍ଚ୍ଚ ୪୦ରୁ ୫୦% କମିଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ବାଣିଜ୍ୟର କାରବାର କ୍ଷତିଗ୍ରସ୍ତ ହେଉଛି। ଲୋକମାନେ କିଣିବା କମ୍‌ କରିବା ଯୋଗୁ ପୋଷାକ ବ୍ରାଣ୍ଡ୍‌ଗୁଡିକ ଉତ୍ପାଦନ କମାଉଛନ୍ତି। ସ୍ଥିତି କେବେ ଠିକ୍‌ ହେବ ସେ ନେଇ କିଛି କହିହେବ ନାହିଁ ବୋଲି ଜଣେ ବ୍ୟବସାୟୀ ମତବ୍ୟକ୍ତ କରିଛନ୍ତି। କୋଭିଡ୍‌-୧୯ ପ୍ରତି ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କେତେକ କମ୍ପାନୀ ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଅନ୍ୟ କିଛି କମ୍ପାନୀ ଭଲ ସ୍ଥିତିକୁ ଅପେକ୍ଷାକରି ରହିଛନ୍ତି। ମହାମାରୀ ଯିବା ପରେ ବଜାର ସ୍ଥିତି କିଛି ଭିନ୍ନ ହେବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri