Categories: ଜାତୀୟ

କମୁଛି ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା: ୧୧ ମାସରେ ହାତରୁ ଗଲାଣି ୪

ନୂଆଦିଲ୍ଲୀ,୨୭।୧୧: ଧୀରେଧୀରେ ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା କମିବାରେ ଲାଗିଛି। ୨୦୧୭ରେ ଏନ୍‌ଡିଏ ଦେଶର ୭୨ ପ୍ରତିଶତ ଅଞ୍ଚଳରେ ଶାସନରେ ଥିବାବେଳେ ନଭେମ୍ବର ୨୦୧୯ ସୁଦ୍ଧା ଏହା ୪୧ ପ୍ରତିଶତକୁ ଖସି ଆସିଛି। ଗତ ୧୧ ମାସ ମଧ୍ୟରେ ଏନ୍‌ଡିଏ ହାତରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଆଦି ୪ ବଡ଼ ରାଜ୍ୟରେ ଏନ୍‌ଡିଏ କ୍ଷମତା ହରାଇଛି। ଏବେ ୧୭ଟି ରାଜ୍ୟରେ ଏନ୍‌ଡିଏ ସରକାର ରହିଛି। ସେଥି ମଧ୍ୟରୁ ୧୩ରେ ଭାଜପା ଶାସନ କରୁଥିବାବେଳେ ୪ଟି ରାଜ୍ୟରେ ମେଣ୍ଟ ସରକାର ଶାସନ ଡୋରି ଧରିଛନ୍ତି। ଏସବୁ ରାଜ୍ୟରେ ଭାଜପା ସହଯୋଗୀ ଦଳରର ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି। ତାମିଲନାଡୁରେ ଭାଜପା ସହଯୋଗରେ ସରକାର ଗଠନ କରାଯାଇଛି। ତେବେ ଏଠାରେ ଭାଜପାର କୌଣସି ବିଧାୟକ ନାହାଁନ୍ତି।

Share