କମିଲା ପେଟ୍ରୋଲ, ଡିଜେଲ ଦର

ମୁମ୍ବାଇ,୧୬।୩: ଦେଶର ମେଟ୍ରୋ ସହରଗୁଡିକରେ ରବିବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା କମିଥିବା ବେଳେ ଡିଜେଲ ଦର ଲିଟର ପିଛା ୧୪ ପଇସା ଖସିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ହୋଇଥିବା ବେଳେ ଏହି ସମୟରେ ସରକାର ଉତ୍ପାଦ ଟିକସ ମଧ୍ୟ ବଢାଇଛନ୍ତି। ଏହାର ଗୋଟିଏ ଦିନ ପରେ ଇନ୍ଧନ ଦରରେ ଏଭଳି ହ୍ରାସ ହୋଇଥିବା ନଜରକୁ ଆସିଛି। ରବିବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬୯.୭୫ ଟଙ୍କା ଥିବା ବେଳେ ଡିଜେଲ ଦର ୬୨. ୪୪ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ଦେଇଥିବା ତଥ୍ୟରୁ ସାମ୍ନାକୁ ଆସିଛି।
ଶନିବାର ଠାରୁ ଇନ୍ଧନ ଉପରେ ଉତ୍ପାଦ ଟିକସ ଭାବେ ଲିଟର ପିଛା ୩ ଟଙ୍କା ଲାଗୁ କରାଯାଇଛି। ପେଟ୍ରୋଲ,ଡିଜେଲର ରିଟେଲ ମୂଲ୍ୟ ବଢିବ ନାହିଁ ବୋଲି ଶିଳ୍ପ ପକ୍ଷରୁ ଜଣେ ଅଧିକାରୀ କହିଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହୋଇଥିବାରୁ ବର୍ଦ୍ଧିତ ମୂଲ୍ୟକୁ କମ୍ପାନୀଗୁଡିକ ନିଜ ମଧ୍ୟରେ ବ୍ୟବସ୍ଥିତ କରିବା ନେଇ ଯୋଜନା ରହିଥିଲା। ରବିବାର ଇନ୍ଧନ ମୂଲ୍ୟରେ ହ୍ରାସ ଘଟିଥିବାରୁ ଏହା ଦ୍ୱାରା ଗ୍ରାହକଙ୍କୁ ସାମାନ୍ୟ ଲାଭ ମିଳିଛି। ସରକାର ଉତ୍ପାଦ ଟିକସ ବୃଦ୍ଧିରୁ ବାର୍ଷିକ ୩୯,୦୦୦ କୋଟି ଟଙ୍କାର ରାଜସ୍ବ ଲାଭ କରିବେ। ୨୦୧୪-୧୫ରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ନିମ୍ନରେ ରହିଥିଲେ ମଧ୍ୟ ଏହାର ଲାଭ କମ୍ପାନୀଗୁଡିକ ଲୋକଙ୍କୁ ଏତେଟା ଦେଇ ନ ଥିଲେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ବିଜ୍ଞପ୍ତି ମୁତାବକ ପେଟ୍ରୋଲ ଉପରେ ସ୍ବତନ୍ତ୍ର ଉତ୍ପାଦ ଟିକସ ଭାବେ ୨ ଟଙ୍କା ବଢିଥିବା ବେଳେ ଡିଜେଲ ଉପରେ ୨ ଟଙ୍କା ବଢିଛି। ସେହିଭଳି ଉଭୟ ପେଟ୍ରୋଲ ଡିଜେଲ ଉପରେ ୧ ଟଙ୍କା ଲେଖାଏ ଅତିରିକ୍ତ ରୋଡ ସେସ୍‌ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri