ପୁଞ୍ଜି ବଜାରରୁ ଉଠାଇ ନେଲେ ୩୭,୯୭୬ କୋଟି

ମୁମ୍ବାଇ,୧୬।୩: କରୋନା ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସ୍ଥିତି ଉପୁଜିବା ଆଶଙ୍କାରେ ବିଦେଶୀ ନିବେଶକ ଛାନିଆ ହୋଇ ପଡିଛନ୍ତି। ମାର୍ଚ୍ଚ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକମାନେ ଦେଶର ପୁଞ୍ଜି ବଜାରରୁ ୩୭,୯୭୬ କୋଟି ଟଙ୍କା ନେଟ୍‌ ଭିତ୍ତିରେ ଉଠାଇ ନେଇଥିବା ଜଣାପଡିଛି। ବିଦେଶୀ ନିବେଶକମାନେ ଇକ୍ୱିଟିରୁ ୨୪,୭୭୬.୩୬ କୋଟି ଏବଂ ଡେଟ୍‌ ସେଗ୍‌ମେଣ୍ଟରୁ ୧୩,୧୯୯.୫୪ କୋଟି ଟଙ୍କା ଉଠାଇ ନେଇଥିବା ଡିପୋଜିଟୋରି ଡାଟାରୁ ସାମ୍ନାକୁ ଆସିଛି। ଏଭଳି ଭାବେ ବିଚାର କଲେ ମୋଟ ୩୭,୯୭୫.୯୦ କୋଟି ଟଙ୍କାର ନେଟ୍‌ ଅର୍ଥ ବାହାରକୁ ଚାଲିଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ପରଠାରୁ ବିଦେଶୀ ନିବେଶକମାନେ ନିବେଶ କରି ଆସୁଥିଲେ।
କରୋନାକୁ ଏବେ ମହାମାରୀ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଲଗାତାର ପ୍ରଭାବ ପକାଇ ଚାଲିଛି। କେବଳ ଭାରତ ପୁଞ୍ଜି ବଜାର ନୁହେଁ ସାରା ବିଶ୍ୱର ପୁଞ୍ଜି ବଜାର ଏହି ଭାଇରସ ପ୍ରଭାବରେ ନିମ୍ନଗାମୀ ହୋଇଛି ବୋଲି ମର୍ନିଂ ଷ୍ଟାର ଇନଭେଷ୍ଟମେଣ୍ଟ ଆଡଭାଇଜର ଇଣ୍ଡିଆର ସିନିୟର ଆନାଲିଷ୍ଟ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ଗତ ସପ୍ତାହରେ ବିଶ୍ୱ ପୁଞ୍ଜି ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଦେଶୀ ନିବେଶକମାନେ ନିବେଶର ଏକ ନିରାପଦ ସ୍ଥାନ ଖୋଜୁଛନ୍ତି।
କରୋନାର ପ୍ରଭାବ ଲାଗି ରହିଥିବାରୁ ଭାରତ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକୁ ପୁଞ୍ଜି ଆଗମନ ହେବା ଏବେ ଚ୍ୟାଲେଞ୍ଜ ପାଲଟିଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ବିଶ୍ୱ ବଜାରର ସ୍ଥିତି ଏବେ ଅସ୍ଥିର ରହିଛି। ବିଭିନ୍ନ ଦେଶ ସେମାନଙ୍କ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ସୁଧାରିବା ଲାଗି ଆର୍ଥତ୍କ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏହାବାଦ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଟିକସ ରିହାତି ଦେଇପାରନ୍ତି। ଏଭଳି ପଦକ୍ଷେପ ଘୋଷଣା ହେଲେ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିପାରେ ବୋଲି ‘ଗ୍ରୋ’ର ସହପ୍ରତିଷ୍ଠାତା ତଥା ସିଓଓ ହର୍ଷ ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri