Categories: ଜାତୀୟ

କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ

ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିବାରୁ ତାଙ୍କ ନାଁରେ କୋର୍ଟରେ ମାମଲା ଦାୟର କରାଯାଇଥିଲା। ଏହି ମାମଲରେ ସୋମବାର ତାଙ୍କୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ଦଳର ନେତା କମଲଙ୍କ ବିରୋଧରେ ହିନ୍ଦୁ ମୁନାନି ପାର୍ଟି ଉକ୍ତ ମାମଲା ଦାୟର କରିଥିଲା।

Share