କମଲା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ, ଇଭାଙ୍କା ତାଙ୍କଠାରୁ ଭଲ: ଟ୍ରମ୍ପ

ଓ୍ବାଶିଂଟନ,୨୯।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାର ପ୍ରଚାର କର୍ଯ୍ୟରେ ବ୍ୟସ୍ତ ହୋଇ ଗଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ସେ ତାଙ୍କ ପ୍ରତିଦ୍ୱନ୍ଦି ତଥା ମୂଳ ଭାରତୀୟ ସିନେଟର କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ କହିଛନ୍ତି କମଲା ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହେଁ। ଶୁକ୍ରବାର ନ୍ୟୁ ହୈମ୍ସଶାୟରରେ ଏକ ରିପବ୍ଲିକାନ ଅଭିଯାନ ରାଲିରେ ନିଜ ସମର୍ଥକଙ୍କୁ ସମ୍ବୋଧନ କରିବା ସମୟରେ ସେ କମଲାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଆମେରିକାବାସୀ ଜଣେ ମହିଳାଙ୍କ୍‌ୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି। ହେଲେ କମଲା ହାରିସ ଏଥିପାଇଁ ଯୋଗ୍ୟ ନୁହେଁ ବରଂ ଏଥିପାଇଁ ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଭଲ ବୋଲି ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ, ୫୫ ବର୍ଷିୟା କମଲା ହାରିସ ଗତଥର ବି ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଥିଲେ। ହେଲେ ଜନତାଙ୍କ ବହୁଳ ସମର୍ଥନ ନ ମିଳିବାରୁ ସେ ଏହି ଦୌଡ଼ରୁ ବାହାରି ଯାଇଥିଲେ।

Share