Categories: ଜାତୀୟ

କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ଲାଗି ରହିଛି ଅନିଶ୍ଚିତତା

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସମସ୍ତଙ୍କ ନଜର। କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ସରକାର ସୋମବାର ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଲାଲାଜି ଟଣ୍ଡନ ବିଧାନସଭାର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ କହିଛନ୍ତି। କିନ୍ତୁ ଏବେବି ଏହାକୁ ନେଇ ଲାଗି ରହିଛି ଅନିଶ୍ଚିତତା। କାରଣ ସୋମବାର ବିଧାନସଭା କାର୍ଯ୍ୟସୂଚୀରେ ବହୁମତ ସାବ୍ୟସ୍ତ କରିବା କଥା ନଜରକୁ ଆସିନାହିଁ। ଅନ୍ୟପଟେ ମନ୍ତ୍ରୀ ଜିତୁ ପଟଓ୍ବାରୀ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଆମର କେତେଜଣ ବିଧାୟକଙ୍କୁ ଅପହରଣ କରାଯାଇଛି। ଉଭୟ ବିରୋଧୀ ଓ ଶାସକ ଫ୍ଲୋର ଟେଷ୍ଟକୁ ନେଇ ଟଣାଭିଡା ହେଉଥିବା ଭିତରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

Share