Categories: ଜାତୀୟ

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି। ୫ ମାସ ତଳେ ଭାଜପାଠାରୁ କ୍ଷମତା ଛଡ଼ାଇନେଇ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିବା କଂଗ୍ରେସରେ ଏବେ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ କ୍ୟାବିନେଟ ସହଯୋଗୀମାନଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୭ ମନ୍ତ୍ରୀ ୫ ଜଣ ଲେଖାଏ କଂଗ୍ରେସ ବିଧାୟକଙ୍କ ଉପରେ କଡ଼ା ନଜର ରଖିବେ। ବିରୋଧୀ ଭାଜପା ଶିବିରକୁ ଯେମିତି ଜଣେ ହେଲେ ବିଧାୟକ ଲମ୍ଫ ନ ମାରନ୍ତି ସେଦିଗରେ ଯନତ୍ଶୀଳ ହେବାକୁ କମଲନାଥ ମନ୍ତ୍ରୀମାନଙ୍କୁ ଦାଗିଦ କରିଛନ୍ତି। କମଲନାଥ ସରକାରଙ୍କ ଶକ୍ତିପରୀକ୍ଷା ଲାଗି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଗତ ୨୦ ତାରିଖରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ନିକଟରେ ଦାବି କରିବା ପରେ କମଲନାଥଙ୍କ ଅଡୁଆ ବଢ଼ିଯାଇଛି। ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ମଧ୍ୟପ୍ରଦେଶର ୨୯ ଆସନ ମଧ୍ୟରୁ କଂଗ୍ରେସ ମାତ୍ର ଗୋଟିଏ ଆସନ (ଛିନ୍ଦ୍‌ଓ୍ବାଡାରେ ନକୁଲନାଥ) ରେ ସନ୍ତୁଷ୍ଟ ହୋଇଛି।

Share