‘କବିର ସିଂ’ଙ୍କୁ ପଛରେ ପକାଇଲା ‘ଓ୍ବାର’, ମାତ୍ର ୭ ଦିନରେ କଲା ୨୦୦ କୋଟି ବ୍ୟବସାୟ

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିଲା ଟାଇଗର ଶ୍ରଫ୍‌ ଏବଂ ହ୍ରିତିକ ରୋଶନ ଅଭିନୀତ ଫିଲ୍ମ ‘ଓ୍ବାର’। ଇତି ମଧ୍ୟରେ ଏହାର ସାତ ଦିନ ବିତି ଯାଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଫଳରେ ଖୁବ୍‌ କମ୍‌ ଦିନରେ ଏହା ୨୦୦ କୋଟି କ୍ଲବରେ ସାମିଲ ହୋଇଛି। ଓ୍ବାର୍‌ ମଙ୍ଗଳବାର ୩୦ କୋଟି ବ୍ୟବସାୟ ସହ ମୋଟ ୨୧୭.୭୫ କୋଟି ରୋଜଗାର କରିଛି। କେବଳ ଏତିକି ନୁହେଁ ଫିଲ୍ମ ଚଳିତ ବର୍ଷର ଅନ୍ୟତମ ହିଟ୍‌ ଚଳଚ୍ଚିତ୍ର କବିର ସିଂହ, ଭାରତ ଏବଂ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌କୁ ମଧ୍ୟ ପଛରେ ପକାଇ ଦେଇଛି। ଶାହିଦଙ୍କ କବିର ସିଂହ ୧୩ ଦିନରେ ୨୦୦ କୋଟି କମାଇଥିବା ବେଳେ ସଲମାନଙ୍କ ଭାରତ ୧୪ ଦିନରେ ଏତିକି ରୋଜଗାର କରିଥିଲା। ତେବେ ହ୍ରିତିକ ଏବଂ ଟାଇଗରଙ୍କ ଦମ୍‌ଦାର ଯୋଡ଼ି ସହ ଓ୍ବାର୍‌ରେ ଥିବା ଆକ୍ସନ ଏବଂ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି।

Share