କଫ ସିରପ ଜବତ :୨ ଅଟକ, ଜଣେ ଫେରାର

ଝାରସୁଗୁଡ଼ା ଅଫିସ,୯।୩: ଝାରସୁଗୁଡ଼ା ସହର ମଙ୍ଗଳ ବଜାର ନିକଟସ୍ଥ ମିଲତ କଲୋନୀରେ ସୋମବାର ଝାରସୁଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୨୦୦ରୁ ଅଧିକ ବୋତଲ କଫ ସିରପ ଜବତ ହୋଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଜଣେ ଫେରାର୍‌ ହୋଇଯାଇଥିବା ଜଣାପଡିଛି।