Categories: ଜାତୀୟ

କଫି ବଗିଚାକୁ ମାଙ୍କଡ଼ଙ୍କଠାରୁ ସୁରକ୍ଷିତ ରଖିବା ପାଇଁ କୁକୁରଙ୍କ ଦେହରେ ବାଘ ଭଳି ରଙ୍ଗ ଦେଉଛନ୍ତି ଚାଷୀ

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଜଣେ ଚାଷୀ କଫି ବଗିଚାକୁ ମାଙ୍କଡ଼ଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ କୁକୁରଙ୍କ ଦେହରେ କଳା ରଙ୍ଗରେ ପଟା ପଟା ଗାର ଟାଣିଛନ୍ତି। ମାଙ୍କଡ଼ ପୋଷା କୁକୁରକୁ ବାଘ ବୋଲି ମନେକରି ଭୟରେ ପଳାଇ ଯାଉଥିବା ଚାଷୀ କହିଛନ୍ତି। ଶିବାମୋଗା ଜିଲାର ନାଲୁରୁ ଗାଁର ଚାଷୀ ଶ୍ରୀକାନ୍ଥ ଗୌଡ଼ାଙ୍କ ଏଭଳି ପଦକ୍ଷେପ ଯୋଗୁ କଫି ବଗିଚାକୁ ମାଙ୍କଡ଼ ଆସୁ ନାହାଁନ୍ତି। ପୂର୍ବରୁ ସେ ମଣିଷ ଆକୃତିର କଣ୍ଢେଇ ଏଥି ପାଇଁ ବ୍ୟବହାର କରୁଥିଲେ। ତେବେ ଏହାକୁ ମାଙ୍କଡ଼ ଭୟ କରୁ ନ ଥିଲେ।

Share