କଫି ଦୂରକରେ ଷ୍ଟ୍ରେଚ୍‌ମାର୍କ

ଗର୍ଭଧାରଣ ପରେ ଓ ମେଦବହୁଳତା ଦେଖାଯାଉଥିବା ବ୍ୟକ୍ତିଙ୍କ ପାଖରେ ଷ୍ଟ୍ରେଚ୍‌ମାର୍କ ଦେଖା ଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର ପରେ ମଧ୍ୟ ଏହାର କିଛି ସୁଫଳ ମିଳି ନ ଥାଏ। ସଂକ୍ରାମକ ରୋଗର ବିଶେଷଜ୍ଞମାନେ ନିକଟରେ କରିଥିବା ଏକ ଗବେଷଣାରୁ କହିଛନ୍ତି ଘରେ କିପରି ଏହି ସମସ୍ୟାର ସମାଧାନ କରାଯିବ।
-ଏକ ଚାମଚ କଫି ପାଉଡର ସହ ଏକ ଚାମଚ କୋକୋ ବଟରକୁ ଭଲଭାବେ ମିଶାଇ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଲଗାଇ ୧୦ ମିନିଟ୍‌ ରଖନ୍ତୁ। ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ୪ଥର କଲେ ଷ୍ଟ୍ରେଚମାର୍କ କମିଯାଇଥାଏ।
-ଏକ ଚାମଚ କଫି ପାଉଡର, ଏକ ଚାମଚ ବାଦାମ ପାଉଡର ଓ ୩ ଚାମଚ ନଡିଆ ତେଲକୁ ଭଲଭାବେ ମିଶାଇ ଦିଅନ୍ତୁ। ଷ୍ଟ୍ରେଚମାର୍କ ହୋଇଥିବା ସ୍ଥାନରେ ହାଲକା ଭାବେ ମାଲିସ କରନ୍ତୁ। ସପ୍ତାହକୁ ଏପରି ୨ ଥର କଲେ ଷ୍ଟ୍ରେଚମାର୍କ ଦୂର ହୋଇଥାଏ।