କପ୍ତିପଦା ଥାନା ଏଏସ୍‌ଆଇଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର,୧୭-୯ (ବ୍ୟୁରୋ):ମୟୂରଭଞ୍ଜ ଜିଲା କପ୍ତିପଦା ପୋଲିସ ନ୍ୟାୟ ଦେଉନି। ପୂର୍ବରାଗ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଛି। ଥାନାର ଜଣେ ଏଏସ୍‌ଆଇ ମିଛ ମାମଲାରେ ଫସାଇ ମହିଳାଙ୍କୁ ବଳାକତ୍ାର ଉଦ୍ୟମ କରିବା ସହ ପରିବାର ସଦସ୍ୟଙ୍କୁ ଜେଲ୍‌ ପଠାଇଛନ୍ତି। ପରିବାର ଲୋକେ ଥାନା ଅଧିକାରୀ ଓ ଏସ୍‌ପିଙ୍କୁ ଭେଟି ନ୍ୟାୟ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ବରଂ ନିର୍ଯାତନା ବଢ଼ି ଚାଲିବାରୁ ଶେଷରେ ପୀଡିତ ପରିବାରର ସଦସ୍ୟମାନେ ନ୍ୟାୟ ପାଇଁ ସୋମବାର ଭୁବନେଶ୍ୱର ଆସି ନବୀନ ନିବାସ ନିକଟରେ ପହଞ୍ଚତ୍ଥିଲେ। ଉପସ୍ଥିତ ପୋଲିସକୁ ଏ ସମ୍ପର୍କରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ସୁଯୋଗ ନ ମିଳିବାରୁ ଶେଷରେ ସେମାନେ ସେଠାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ କାବୁ କରିନେବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ। ଅଭିଯୋଗ ରଖାଯିବା ପରେ ସେମାନଙ୍କୁ ସେଠାରୁ କ୍ୟାପିଟାଲ ପୋଲିସ ଭ୍ୟାନ୍‌ରେ ବସାଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଛାଡ଼ିଦେଇଥିଲା।
ଅଭିଯୋଗ ମୁତାବକ, କଳହକୁ ନେଇ ଗତ ମେ ମାସରେ ଏହି ପରିବାରର ଜଣେ ମହିଳାଙ୍କ ସ୍ବାମୀଙ୍କ ନାମରେ ପଡୋଶୀଙ୍କ ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଜଣକ ମଧ୍ୟ ପଡୋଶୀ ଲୋକଙ୍କ ନାମରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତଭାର ନେଇଥିବା ଏଏସ୍‌ଆଇ ଶୁଭେନ୍ଦୁ ବେହେରା ବିଭିନ୍ନ ସମୟରେ ପୀଡିତାଙ୍କୁ ଥାନାକୁ ଡାକି ଦୁର୍ବ୍ୟବହାର କରୁଥିଲେ। ମେ’ ୧୨ ବିଳମ୍ବିତ ରାତିରେ ଏଏସ୍‌ଆଇ ବେହେରା ଜଣେ ହୋମଗାର୍ଡଙ୍କ ସହ ପୀଡିତାଙ୍କ ଘରେ ପହଞ୍ଚତ୍ ଶୋଇଥିବା ଅବସ୍ଥାରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିବାରୁ ଏସ୍‌ଆଇ ବେହେରାଙ୍କ ମୁଣ୍ଡ ଗ୍ରୀଲ୍‌ରେ ମାଡ଼ ହୋଇ ଫାଟିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଥାନାର ଅନ୍ୟ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଉଦଳା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମ୍ପୃକ୍ତ ଏଏସ୍‌ଆଇଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୬୬/୧୯)ରୁଜୁ କରି ପୀଡିତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ବଳାତ୍କାର ଉଦ୍ୟମ ନେଇ ପୀଡିତା ଜଣକ ତାଙ୍କ ଯାଆଙ୍କ ସହ ଅଭିଯୋଗ କରିବାକୁ ଥାନାକୁ ଯାଇଥିବାବେଳେ ପୋଲିସ ସେମାନଙ୍କୁ ମିଛ ମାମଲାରେ ଫସାଇ କୋର୍ଟଚାଲାଣ କରିଥିଲା। ସେହିଭଳି ଏହି ମାମଲାରେ ତାଙ୍କ ଦିଅର ଓ ଶ୍ୱଶୁର କୋର୍ଟରୁ ଜାମିନ ପାଇଯାଇଥିଲେ ମଧ୍ୟ ପୋଲିସ ରାଗ ରଖି ନାନା ହଇରାଣ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଏନେଇ ଏଏସ୍‌ଆଇ ବେହେରା କହିଛନ୍ତି, ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ ରହିଥିବାରୁ ତାଙ୍କ ଘରେ ଚଢାଉ କରିଥିଲୁ। ହେଲେ ଗିରଫରୁ ବର୍ତ୍ତିବା ପାଇଁ ପୋଲିସକୁ ପରିବାର ସଦସ୍ୟ ଆକ୍ରମଣ କରିଥିଲେ। ବଳାକତ୍ାର ଉଦ୍ୟମ ଅଭିଯୋଗ ମିଛ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri