କପି କରି ଧରାପଡିଲେ ୫ ପରୀକ୍ଷାର୍ଥୀ

ଭୋଗରାଇ,୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଭଗବାନଚନ୍ଦ୍ର ହାଇସ୍କୁଲ କଟିସାହି ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ୪ଜଣ ଓ ଲୋକନାଥ ହାଇସ୍କୁଲ ମହାଗବ ପରୀକ୍ଷାକେନ୍ଦ୍ରରୁ ଜଣେ ପରୀକ୍ଷାର୍ଥୀ କପି କରି ଧରାପଡିଛନ୍ତି। ଶନିବାର ମାଟ୍ରିକ ପରୀକ୍ଷା ଦ୍ୱିତୀୟ ଦିନରେ ଇଂରାଜୀ ବିଷୟ ଥିବା ବେଳେ ଏହି ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀମାନେ କପି ରଖିଥିବାବେଳେ ଧରାପଡ଼ିଛନ୍ତି। ସିସି କ୍ୟାମେରା ଲାଗି ନଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷା ସ୍ବଚ୍ଛତା ରହୁ ନ ଥିବାର ଅଭିଯୋଗ ହୋଇଛି। ଅବଜରଭରମାନେ ପରୀକ୍ଷା କେନ୍ଦ୍ରରେ ବସି ରହି କର୍ତ୍ତବ୍ୟ ଶେଷ କରୁଥିବାର ଅଭିଯୋଗ ହୋଇଛି।