Posted inଖେଳ

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି ଦାଢି ରଖିଛନ୍ତି। ଏହି ଲୁକ୍‌ରେ ମହେନ୍ଦ୍ର ସିଂ ଧୋନୀ ଓ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ କ୍ରିକେଟର ଭିଭିଆନ ରିଚାଡର୍‌ସଙ୍କ ଛାପ ରହିଛି। ସେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ରିଚାଡର୍‌ସ ଓ ଧୋନୀଙ୍କଠାରୁ ପ୍ରେରିତ ହୋଇ ଏହି ଲୁକ୍‌ ଅପଣାଇଛି ବୋଲି ସେ କହିଛନ୍ତି। ରିଚାଡର୍‌ସ ହେଉଛନ୍ତି ମୋର ହିରୋ। ତେଣୁ ତାଙ୍କୁ ଅନୁସରଣ କରିବାରେ କିଛି ଅସୁବିଧା ନାହିଁ। ଧୋନୀ ମଧ୍ୟ ମୋର ହିରୋ। ୨୦୧୧ ବଶ୍ୱକପ୍‌ ବିଜୟ ପରେ ଧୋନୀ ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହୋଇଥିଲେ। ତେଣୁ ଏହି ଖେଳାଳିଙ୍କୁ ଲକ୍ଷ୍ୟ କରି ଚୁଟି କାଟିଛି ବୋଲି କପିଲ କହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଏ ନେଇ ଏକ ଭିଡିଓ ଟୁଇଟ୍‌ କରିଛି।
ଏହି ଟୁଇଟ୍‌ ଦେଖି ରିଚାଡର୍‌ସ ମଧ୍ୟ କପିଳଙ୍କୁ ସମର୍ଥନ କରିଛନ୍ତି। ଅବସର ନେବା ପରେ ରିଚାଡର୍‌ସ ମଧ୍ୟ ଲଣ୍ଡା ହେବା ସହ ସାମାନ୍ୟ ଦାଢି ରଖୁଥିଲେ ଓ ଠିକ୍‌ ଏହି ଲୁକ୍‌ ଆପଣାଇଥିଲେ। କପିଳ ଓ ରିଚାଡର୍‌ସ କ୍ରିକେଟ ପଡିଆରେ ଏକାଧିକ ବାର ମୁହଁାମୁହିଁ ହୋଇଛନ୍ତି। ୧୯୮୩ ବିଶ୍ୱକପ୍‌ରେ କପିଳଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ସେତେବେଳର ଶକ୍ତିଶାଳୀ ଦଳ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପ୍ରଥମଥର ପାଇଁ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଥିଲା ବିଶ୍ୱକପର ତୃତୀୟ ସଂସ୍କରଣ। ପ୍ରଥମ ଦୁଇଟି ସଂସ୍କରଣରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ଫାଇନାଲରେ ଭାରତଠାରୁ ହାରିବା ପରେ ଓ୍ବେଷ୍ଟଇଣ୍ଡିଜର ହ୍ୟାଟ୍ରିକ ଟାଇଟଲ ଆଶା ଧୂଳିସାତ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri