Categories: ଜାତୀୟ

କପିଲ ମିଶ୍ରାଙ୍କୁ ମିଳିବ ଓ୍ବାଇ ପ୍ଲସ ସୁରକ୍ଷା!

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ପୂର୍ବରୁ ନିଜର ଉତ୍ତେଜିତ ଭାଷଣ ଭାଷଣ ପାଇଁ ଚର୍ଚ୍ଚାରେ ରହିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା କପିଲ ମିଶ୍ରାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ଏବେ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଆଧାରରେ କପିଲଙ୍କ ସହ ୨୪ ଘଣ୍ଟା ୬ ଯବାନ ମୁତୟନ ରହିବେ। କିଛିଦିନ ତଳେ କପିଲ ଟୁଇଟ୍‌ କରି କହିଥିଲେ କି ତାଙ୍କୁ ଧମକ ମିଳୁଛି। ଏବେ ତାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ଓ୍ବାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ବିଶେଷ ସୂତ୍ରର ସୂଚନାରୁ ଜଣାପଡିଛି। ହେଲେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଫିସିୟାଲି ଏ ସମ୍ପର୍କରେ ସେମିତି କୌଣସି ସୂଚନା ଦିଆଯାଇ ନାହିଁ।

Share