କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି ପ୍ରଶଂସକମାନେ ଚାହିଁ ବସିଥିବା ବେଳେ ସୁନିଲ କିନ୍ତୁ ତାହା ଚାହୁଁ ନାହାନ୍ତି। ଫଳରେ ବିବାଦ ସମାଧାନର ବାଟ ଫିଟୁନାହିଁ ବୋଲି ଚର୍ଚ୍ଚା ହୁଏ। ଏବେ କିନ୍ତୁ ସୁନିଲ ସମସ୍ତ ବିବାଦକୁ ଭୁଲି କପିଲଙ୍କୁ ବାପା ହେବା ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ଝିଅ ହେବାର ଖୁସି ବାଣ୍ଟିବା ପରେ ସୁନିଲ ତାଙ୍କୁ ଶୁଭେଚ୍ଛା, ସ୍ନେହ ଓ ଭଲପାଇବା ବୋଲି କହିଛନ୍ତି। ଏଣୁ ଉଭୟ ପୁଣି ଏକାଠି ହୋଇପାରନ୍ତି ବୋଲି ପ୍ରଶଂସକମାନେ ଆଲୋଚନା କରିବା ଆରମ୍ଭ କରିଦେଲେଣି।

କପିଲ ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ। ଏହା ପୂରଣ ହେବାକୁ ମାତ୍ର ଦୁଇ ଦିନ ଥିବା ବେଳେ କପିଲ ବାପା ହୋଇଛନ୍ତି। ଏହି ଖୁସି ଖବର କପିଲ ନିଜ ଟୁଇଟର ପୃଷ୍ଠାରେ ଶେୟାର କରିଛନ୍ତି। ପରେ ନୁସରତ ଭରୁଚା, ଦୀୟା ମିର୍ଜା, କିକୁ ଶାରଦା, ରକୁଲ ପ୍ରିତଙ୍କ ଭଳି ଅନେକେ ଫିଲ୍ମ ଏବଂ ଟେଲିଭିଜନ ଜଗତ ସହ ଜଡିତ ଅଭିନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share