କପିଲଙ୍କ ଶୋ’ରେ ଦୀପିକା, ଭାଇରାଲ ହେଉଛି ଶୁଟିଂ ବେଳର ଫଟୋ

ବମ୍ବେ: କମେଡି କିଙ୍ଗ କପିଲ ଶର୍ମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ ପ୍ରଶଂସକ। ଏପରିକି କପିଲ ଦୀପିକାଙ୍କୁ ପସନ୍ଦ କରୁଥିବା କଥା ସମସ୍ତେ ଜାଣନ୍ତି। ରଣବୀର ସିଂହ ବିବାହ କରିବା ପରେ ଏକଦା କପିଲଙ୍କ ଶୋ’କୁ ଫିଲ୍ମ ପ୍ରମୋଶନ ପାଇଁ ଆସିଥିବା ବେଳେ କପୁ.. ତୁମ ଦିପୁ ଏବେ ମୋର ବୋଲି କହି ଚିଡ଼ାଇଥିଲେ। ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଏବେ ପୁଣି କପିଲ-ଦୀପିକା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ବ୍ୟସ୍ତ ଥିବା ଦୀପିକା କପିଲଙ୍କ ଶୋ’କୁ ଆସିଥିଲେ। ଏହାର ଶୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି। ତାଙ୍କ ସହ ନିର୍ଦ୍ଦେଶିକା ମେଘନା ଗୁଲଜାର ମଧ୍ୟ ରହିଛନ୍ତି। ଏହି ସମୟରେ କପିଲଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ୍‌ ହସାଇଥିବା କୁହାଯାଉଛି।

ଫିଲ୍ମରେ ଜଣେ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ର ଭୂମିକାରେ ନଜର ଆସିବେ ଦୀପିକା। ତାଙ୍କ ନାୟକ ହୋିଛନ୍ତି ବିକ୍ରାନ୍ତ ମୈସୀ। ବାସ୍ତବିକ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବେଶିତ ରହିଛି। ତେବେ ନିକଟରେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକେ ଏହାକୁ ପସନ୍ଦ କରୁଛନ୍ତି।

Share