କନ୍ୟା ହରାଇଥିବା ହୋମ୍‌ଗାର୍ଡ ଗୌରୀଙ୍କୁ ସହାୟତା

ପିପିଲି, ୬ା୫(ଡି.ଏନ.ଏ): ପିପିଲି ଥାନାର ହୋମ୍‌ଗାର୍ଡ ଗୌରୀ ବେହେରା କରୋନା ବିରୋଧୀ ଲଢେଇ ଲଢୁଥିବା ବେଳେ ତାଙ୍କର କର୍କଟ ପୀଡ଼ିିତା ୧୩ ବର୍ଷୀୟା ଝିଅ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଝିଅର ଚିକିତ୍ସା ପାଇଁ ଗୌରୀ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଦେଇଥିଲେ। ତେବେ ତାଙ୍କ ମନୋବଳ ଦୃଢ ଥିଲା। ଏଥିଲାଗି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଥିଲା। ଝିଅର ଶୁଦ୍ଧିକ୍ରିୟା ପାଇଁ ପୁରୀ ଜିଲା ପୋଲିସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ପିପିଲି ବ୍ଲକ ଅଞ୍ଚଳ ଓ ପୋଲିସର ବିଭିନ୍ନ ବିଭାଗରେ ଚାକିରି କରିଥିବା ସାମରିକ ଏବଂ ଅର୍ଦ୍ଧସାମରିକ ବ୍ୟକ୍ତିମାନେ ଏକଜୁଟ ହୋଇ ପୋଲିସ ସର୍ଭିସ୍‌ ଗ୍ରୁପ୍‌ ଗଠନ କରି ସଂଗୃହୀତ ୨୦ହଜାର ଟଙ୍କା ଗୌରୀଙ୍କୁ ଦାନ କରିଛନ୍ତି।