କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍‌ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍‌ ବୁଧବାର ରିଲିଜ୍‌ ହୋଇଛି। ଏହି ଫାଷ୍ଟ ଲୁକ୍‌କୁ ଦେଖି ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୁନୀଲ ପ୍ରଥମ ଥର ପାଇଁ କନ୍ନଡ଼ ଫିଲ୍ମରେ ପାଦ ରଖିବାକୁ ଯାଉଥିବା ବେଳେ ଫିଲ୍ମ ‘ପହଲଓ୍ବାନ’ରୁ ସେ ଡେବ୍ୟୁ କରୁଥିବା ଜଣାପଡ଼ିଛି। ଏଥିରେ ସେ ସରକାର ଚରିତ୍ରରେ ଅଭିନୟ କରୁଥିବା ବେଳେ କନ୍ନଡ଼ର ସୁପରଷ୍ଟାର କିଚ୍ଚା ସୁଦୀପ ଓ ଆକାଂକ୍ଷା ସିଂହଙ୍କ ସହ ନଜରକୁ ଆସିବେ। ଏଥିସହ ଏହି ଫିଲ୍ମର ନୂଆ ଗୀତକୁ ସୁନୀଲ ସେଟ୍ଟୀ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ ସୁଦୀପଙ୍କ ସହ ଡ୍ୟାନ୍ସ କରୁଥିବା ବେଳେ ୫ଶହ ଡ୍ୟାନସ୍‌ରଙ୍କୁ ନେଇ ଏହି ଗୀତଟି ତିଆରି କରାଯାଇଛି। ଫିଲ୍ମଟି ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ରିଲିଜ୍‌ କରାଯିବାକୁ ଥିବା ବେଳେ ଏହା ୧୨ ସେପ୍ଟେମ୍ବରରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

Share