କନ୍ଧମାଳ ଜିଲାସ୍ତରୀୟ ସାଧାରଣତଦନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ଜିଲାପାଳ

ଫୁଲବାଣୀ ଅଫିସ,୨୬ା୧- ଫୁଲବାଣୀ ଷ୍ଟାଡିୟମରେ କନ୍ଧମାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଡ. ବୃନ୍ଦା ଡି ଯୋଗଦେଇ ମିଳିତ ପରେଡରେ ଅଭିଭାବଦନ ଗ୍ରହଣ କରିଥିଲେ। ଏହାପରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଦେଶାତ୍ମବୋଧକ ଗୀତରେ ନାଚିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲାସ୍ତରୀୟ ଏହି ସାଧାରଣତନ୍ତ୍ର ଦିବସ ପାଳନ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ଷ୍ଟାଡିୟମରେ ଉପସ୍ଥିତ ଥିଲେ।