କନ୍ଧମାଳ ଜିଲାରେ ଲଗାଣ ବର୍ଷା : କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଶନିବାର ସକାଳ ୮ଟା ସୁଦ୍ଧା ୧୨ଟି ବ୍ଲକ ମଧ୍ୟରୁ କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲିଗୁଡ଼ାରେ ୧୨୫ ମିମି, ଫୁଲବାଣୀରେ ୧୧୧.୪ ମିମି, କୋଟଗଡ଼ରେ ୧୦୯ ମିମି, ଦାରିଙ୍ଗବାଡ଼ିରେ ୮୮ ମିମି, ତୁମୁଡ଼ିବନ୍ଧରେ ୭୪.୮ମିମି, ଫିରିଙ୍ଗିଆରେ ୬୪.୮ମିମି,ଖଜୁରୀପଡ଼ାରେ ୪୯.୪ମିମି, ଟିକାବାଲିରେ ୪୭ ମିମି, ରାଇକିଆ ଏବଂ ଚକାପାଦରେ ୩୪ ମିମି ଲେଖାଏ ରେକର୍ଡ କରାଯାଇଛି। ଜି.ଉଦୟଗିରି ସବୁଠାରୁ କମ୍‌ ୨୨ ମିମି ବର୍ଷା ହୋଇଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।