କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ୍‌, ୩୦।୧୨:-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍‌ସିଂହପୁର ସେସୁ ଜେଇ-୨ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଦୀପ୍ତିଙ୍କ ବିସିପାତଳସ୍ଥିତ ପୈତୃକ ବାସଭବନ, ଗୋପାଳ ସାଗର ନୂଆ ଘର, ଶ୍ୱଶୁର ଘର, ସେସୁ ଅଫିସ ସହିତ ୫ଟି ସ୍ଥାନରେ ଏକସଙ୍ଗରେ ଚଢ଼ାଉ କରାଯାଉଛି। ଜଗତ୍‌ସିଂହପୁର ଓ କଟକ ଭିଜିଲାନ୍ସର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଉଛି। ଚଢ଼ାଉବେଳେ ଦୀପ୍ତିଙ୍କ ବ୍ୟାଙ୍କ ପାସବୁକ, କାଗଜପତ୍ର, ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି।