କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି କ୍ରମରେ ମହାରାଷ୍ଟ୍ରର ହେଡ କନଷ୍ଟେବଳ ବାପୁ ସାହେବ ଡାଙ୍ଗରେ ୧୦ ହଜାର ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ ସେ ରାଜ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପ୍ରଦାନ କରିଛନ୍ତି। ସୂଚାଯୋଗ୍ୟ, ମହାରାଷ୍ଟ୍ର ସମେତ ସାରା ଦେଶରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହା ଯେମିତି ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି।

Share