Categories: ଜାତୀୟ

କନଷ୍ଟେବଳଙ୍କ ନାଁ ଅନୁସାରେ ନିଜ ସନ୍ତାନର ନାଁ ରଖିଲେ ମହିଳା

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସହାୟତା ଯୋଗାଇ ଦେଇଥିଲେ ପୋଲିସ କନେଷ୍ଟେବଳ ଦୟାବୀର ସିଂ। ମହିଳା ଜଣକ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚିବା ସହ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ସେ କନଷ୍ଟେବଳଙ୍କ ସାହାଯ୍ୟକୁ ଭୁଲି ନ ପାରି ନିଜ ସନ୍ତାନର ନାଁ ରଖିଥିଲେ ଦୟାବୀର। ଏହା ଜାଣିବା ପରେ କନଷ୍ଟେବଳ ଦୟାବୀର ସିଂ କହିଛନ୍ତି, ଏହି ସମୟରେ ମୁଁ ମହିଳାଙ୍କୁ ସାହାଯ୍ୟ କରିପାରିଥିବାରୁ ବହୁତ ଖୁସି। କୌଣସି ସମ୍ମାନରେ ସମ୍ମାନୀତ ହେବା ଭଳି ଖୁସି ସେ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।

Share