କଦଳୀପତ୍ରରେ ଖାଇଲେ ମିଳିଥାଏ ଏହି ଉପକାର

କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି। ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ। ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ ଉପକାର ମଧ୍ୟ ମିଳିଥାଏ। କଦଳୀ ପତ୍ରକୁ ସଫା କରିବା ପାଇଁ ପଡ଼େ ନାହିଁ। କେବଳ ଖାଇବା ପୂର୍ବରୁ ପାଣିରେ ଧୋଇ ଏଥିରେ ଖାଇପାରିବେ। ବାସନରେ ଖାଇଲେ ମାଜିବାକୁ ପଡ଼ିଥାଏ। ତଥାପି ଏଥିରେ ଜୀବାଣୁ ରହିବାର ସମ୍ଭାବନା ଥାଏ। କିନ୍ତୁ କଦଳୀପତ୍ରରେ ଖାଇଲେ ଏସବୁ ସମସ୍ୟା ରହେ ନାହିଁ।

ଆଣ୍ଟି ଅକ୍ସିଡାଣ୍ଟ: କଦଳୀପତ୍ରରେ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିଛି। ଏଥିରେ ଖାଇଲେ ଆଣ୍ଟି ଅକ୍ସିଡେଣ୍ଟ ଅବଶୋଷଣ ହୋଇ ଖାଦ୍ୟ ମାଧ୍ୟମରେ ଶରୀର ମଧ୍ୟକୁ ଯାଇଥାଏ ଏବଂ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ।

ଖାଇବାର ସ୍ବାଦ ବଢ଼ାଇଥାଏ: କଦଳୀପତ୍ରରେ ଏକ ପ୍ରକାର ଭେକ୍ସ କୋଟିଂ ଥାଏ। ଯେଉଁଥିରେ ଏକ ବିଶେଷ ସ୍ବାଦ ରହିଥାଏ। ଏଥିରେ ଗରମ ଖାଦ୍ୟ ପରଷିବା ଦ୍ୱାରା ଏହି ଭେକ୍ସ ତରଳି ଖାଦ୍ୟକୁ ସୁସ୍ବାଦୁ କରିଥାଏ।