କଥା ରଖିଥିଲେ କିଆରା

ବଡ଼ ପରଦାରେ ଅଭିନୟ କରିବା ପୂର୍ବରୁ କିଆରା ଆଡ୍‌ଓ୍ବାନିଙ୍କ ପ୍ରକୃତ ନାମ କ’ଣ ଥିଲା ଜାଣନ୍ତି? ଆଲିୟା ଆଡ୍‌ଓ୍ବାନି। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଫୁଗ୍‌ଲି’ର ଶୁଟିଂ ସମୟରେ ତାଙ୍କର ଭେଟ ହୋଇଥିଲା ସଲ୍‌ମାନ ଖଁ।ଙ୍କ ସହ। ସେତେବେଳେ ସଲ୍ଲୁ ମିଅଁ। ତାଙ୍କୁ ନିଜ ନାମ ବଦଳାଇ କିଆରା ରଖିବାକୁ ପରାମର୍ଶ ଦେଇଥିଲେ। ଆଉ ତା’ପରେ ସେ ବିଳମ୍ବ ନ କରି ନିଜ ନାମକୁ ଆଲିୟାରୁ କିଆରାକୁ ପରିବର୍ତ୍ତନ କରିଥିଲେ। ବଲିଉଡ୍‌ର ବିଶିଷ୍ଟ ଅଭିନେତା ସୟିଦ ଜାଫ୍ରିଙ୍କର ସେ ହେଉଛନ୍ତି ନାତୁଣୀ। କିଆରାଙ୍କ ବାପା ଜଗଦୀପ ଆଡ୍‌ଓ୍ବାନି ଜଣେ ବିଜ୍‌ନେସ୍‌ମ୍ୟାନ ଏବଂ ମା’ ଜେନେଭିଭେ ଜାଫ୍ରି ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ। ଖାସ୍‌ କଥା ହେଲା, ଜେନେଭିଭେ ଏବଂ ସଲମାନ୍‌ଙ୍କ ମଧ୍ୟରେ ଥିବା ବନ୍ଧୁତା କିଆରାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। କିଆରାଙ୍କ ପ୍ରଥମ ସିନେମା ପ୍ରମୋଶନର ସମସ୍ତ ଦାୟିତ୍ୱ ସଲମାନ ହିଁ ନେଇଥିଲେ। ଅନୁପମ ଖେର୍‌ଙ୍କ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସେ ଆକ୍ଟିଂରେ ଡିଗ୍ରୀ ହାସଲ କରିଛନ୍ତି। ‘ଫୁଗ୍‌ଲି’ର କୋ-ଷ୍ଟାର ମୋହିତ ମରଓ୍ବାଙ୍କ ସହ ତାଙ୍କର ଆଫେୟାର୍ସ ଅଛି ବୋଲି ଆଲୋଚନା ହୁଏ। କିଆରାଙ୍କ ଅଭିନୀତ ହିଟ୍‌ ସିନେମାଗୁଡ଼ିକ ମଧ୍ୟରେ ରହିଛି ‘ଏମ୍‌ଏସ୍‌ ଧୋନୀ’, ‘ମେଶିନ୍‌’ ଏବଂ ‘କଲଙ୍କ’ । ପ୍ରତିଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ ସେ ନିୟମିତ ଜିମ୍‌ ଯାଇଥାଆନ୍ତି। ସଚିନ ତେନ୍ଦୁଲକରଙ୍କର ସେ ହେଉଛନ୍ତି ଜଣେ ବଡ଼ ପ୍ରଶଂସକ।

Share