କଥା ଦେଇ ପାସ୍‌ରି ଦେଲା ପରଶାସନ:୬ ମାସ ହେଲା ଗଛ୍‌ତଲ ହେଇଛେ ପୁନୀର ଠିକନା

ବିନିକା,୨୭ା୬ (ଡି.ଏନ୍‌.ଏ):  ମୁନୁଷ୍‌ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍‌ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ ଯାହାପାରଲା ତାହା କରବା। ଇଥିରଲାଗି ସମାଜ ବି ତାହାକେ ହୀନ ଦୁରୁଷ୍‌ଟିରେ ଦେଖ୍‌ସି। ଏନ୍‌ତା ଗୁଟେ ଘଟନାକେ ନେଇ ଗଲା ୧୩.୩.୨୦୧୯ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବରଗଛ ତଳ ପାଲ୍‌ଟିଛେ ପୁନୀକଁର ଘର’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସେ ସମିଆର ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ ଆର ଭଣ୍ଡାର ପଁଚେତ୍‌ ସରପଁଚ୍‌ ଲକ୍ଷ୍ମଣ ସାହୁ ପୁନୀର ଥଇଥାନ କରବାର କଥା ଦେଇଥିଲେ। ହେଲେ ଦୁଖର କଥା ଖବର ବାହାରିବାର ଆଏଜ୍‌କେ ୩ ମାସ ଉପରେ ବିତିଯାଇଥିଲେ ବି ପୁନୀର ଥଇଥାନ ନାଇଁ ହେଇପାରି। ଆଏଜ୍‌ ବି ବରଗଛ୍‌ ତଲେ ସେ ନିସାହା ଅବସ୍‌ତାରେ ରହିଛନ୍‌। ସେ କିଛି କଥାବାରତା ନାଇଁ କରୁଥିଲାବେଲେ କାଗଜ୍‌ ଖଁଡ଼େ ଦେଲେ ତାକର ନଁା ପୁନୀ ପଟେଲ, ଘର ଛତିଶଗଡ଼ ରାୟଗଡ଼ ଜିଲା ଗୋହଡିଡିପାର ବଲି ଲେଖୁଛନ୍‌। ସବୁବେଲେ ସେ ଭଣ୍ଡାର ଆର ପାପୀ ଗଁାର ମୁଖିଆ ରାସ୍‌ତା ତରେ ଥିବାର ବରଗଛ୍‌ ତଲେ ବସିରହିଛନ୍‌। ପୁନୀକଁର ପରିବାର ଲୁକ୍‌କର ଖୋଜଖବର କାହାରି ପାସେ ନାଇଁଥିଲାବେଲେ ଥାନୀୟ ପରଶାସନ ବି ନିସାହା ମହିଲାକଁର ଥଇଥାନ ଦିଗେ ପଦକ୍ଷେପ ନେବାର ଜାଗାରେ ଚୁପ୍‌ମାରି ବସିଛେ। ୨୦୧୧ ସାଲେ ଉଚ୍ଚ ନ୍ୟାୟାଳୟ ତାକର ଗୁଟେ ରାୟରେ କହିଥିଲେ ଯେ-ସମାଜ ଆର ପରିବାର ଦୁଆରା ଉପେକ୍ଷିତ ମାନସିକ ରୁଗୀକଁର ଚିକିସତ୍ା, ସୁରକ୍ଷା ଭାର ସରକାର ବୁଝ୍‌ବେ। ସରକାର ଇଦିଗେ ଧିଆନ୍‌ ଦେଇ ପଦକ୍ଷେପ ନେବାକେ ବି ପରଶାସନିକ ଅଧ୍‌କାରୀମାନକୁ ନିରଦେଶ ରହିଛେ। ହେଲେ ଦୁଖର କଥା ଅଧ୍‌କାରୀମାନେ ଘଟନା ଉପରେ ଅବଗତ ଥିଲେ ବି ଖାମଖିଆଲି ମନଭାବ ଲାଗି ପୁନୀ ଗଲା ୬ ମାସ ହେଲା ଗଛ୍‌ତଲେ ଅସୁରକ୍ଷିତ ଭାବେ ରହିଆସୁଛନ୍‌। ଯେତେ ଜଲଦି ହେବା ଥାନୀୟ ପରଶାସନ ପୁନୀକଁର ଥଇଥାନ କରବାକେ ପାପୀ ଗଁାର ଦଶରଥ ତାଣ୍ଡି, ସୁରେଶ ପୁରୋହିତ, ନାରାୟଣ ନାଗ୍‌, ଉପିନ୍ଦ୍ର ସୁନା, ଗୌରୀଶଙ୍କର ଦାଶ, ଶ୍ରୀରାମ ପଧାନ ପରମୁଖ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri