କଥା ଦେଇ ପାସ୍‌ରି ଦେଲା ପରଶାସନ:୬ ମାସ ହେଲା ଗଛ୍‌ତଲ ହେଇଛେ ପୁନୀର ଠିକନା

ବିନିକା,୨୭ା୬ (ଡି.ଏନ୍‌.ଏ):  ମୁନୁଷ୍‌ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍‌ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ ଯାହାପାରଲା ତାହା କରବା। ଇଥିରଲାଗି ସମାଜ ବି ତାହାକେ ହୀନ ଦୁରୁଷ୍‌ଟିରେ ଦେଖ୍‌ସି। ଏନ୍‌ତା ଗୁଟେ ଘଟନାକେ ନେଇ ଗଲା ୧୩.୩.୨୦୧୯ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବରଗଛ ତଳ ପାଲ୍‌ଟିଛେ ପୁନୀକଁର ଘର’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସେ ସମିଆର ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ ଆର ଭଣ୍ଡାର ପଁଚେତ୍‌ ସରପଁଚ୍‌ ଲକ୍ଷ୍ମଣ ସାହୁ ପୁନୀର ଥଇଥାନ କରବାର କଥା ଦେଇଥିଲେ। ହେଲେ ଦୁଖର କଥା ଖବର ବାହାରିବାର ଆଏଜ୍‌କେ ୩ ମାସ ଉପରେ ବିତିଯାଇଥିଲେ ବି ପୁନୀର ଥଇଥାନ ନାଇଁ ହେଇପାରି। ଆଏଜ୍‌ ବି ବରଗଛ୍‌ ତଲେ ସେ ନିସାହା ଅବସ୍‌ତାରେ ରହିଛନ୍‌। ସେ କିଛି କଥାବାରତା ନାଇଁ କରୁଥିଲାବେଲେ କାଗଜ୍‌ ଖଁଡ଼େ ଦେଲେ ତାକର ନଁା ପୁନୀ ପଟେଲ, ଘର ଛତିଶଗଡ଼ ରାୟଗଡ଼ ଜିଲା ଗୋହଡିଡିପାର ବଲି ଲେଖୁଛନ୍‌। ସବୁବେଲେ ସେ ଭଣ୍ଡାର ଆର ପାପୀ ଗଁାର ମୁଖିଆ ରାସ୍‌ତା ତରେ ଥିବାର ବରଗଛ୍‌ ତଲେ ବସିରହିଛନ୍‌। ପୁନୀକଁର ପରିବାର ଲୁକ୍‌କର ଖୋଜଖବର କାହାରି ପାସେ ନାଇଁଥିଲାବେଲେ ଥାନୀୟ ପରଶାସନ ବି ନିସାହା ମହିଲାକଁର ଥଇଥାନ ଦିଗେ ପଦକ୍ଷେପ ନେବାର ଜାଗାରେ ଚୁପ୍‌ମାରି ବସିଛେ। ୨୦୧୧ ସାଲେ ଉଚ୍ଚ ନ୍ୟାୟାଳୟ ତାକର ଗୁଟେ ରାୟରେ କହିଥିଲେ ଯେ-ସମାଜ ଆର ପରିବାର ଦୁଆରା ଉପେକ୍ଷିତ ମାନସିକ ରୁଗୀକଁର ଚିକିସତ୍ା, ସୁରକ୍ଷା ଭାର ସରକାର ବୁଝ୍‌ବେ। ସରକାର ଇଦିଗେ ଧିଆନ୍‌ ଦେଇ ପଦକ୍ଷେପ ନେବାକେ ବି ପରଶାସନିକ ଅଧ୍‌କାରୀମାନକୁ ନିରଦେଶ ରହିଛେ। ହେଲେ ଦୁଖର କଥା ଅଧ୍‌କାରୀମାନେ ଘଟନା ଉପରେ ଅବଗତ ଥିଲେ ବି ଖାମଖିଆଲି ମନଭାବ ଲାଗି ପୁନୀ ଗଲା ୬ ମାସ ହେଲା ଗଛ୍‌ତଲେ ଅସୁରକ୍ଷିତ ଭାବେ ରହିଆସୁଛନ୍‌। ଯେତେ ଜଲଦି ହେବା ଥାନୀୟ ପରଶାସନ ପୁନୀକଁର ଥଇଥାନ କରବାକେ ପାପୀ ଗଁାର ଦଶରଥ ତାଣ୍ଡି, ସୁରେଶ ପୁରୋହିତ, ନାରାୟଣ ନାଗ୍‌, ଉପିନ୍ଦ୍ର ସୁନା, ଗୌରୀଶଙ୍କର ଦାଶ, ଶ୍ରୀରାମ ପଧାନ ପରମୁଖ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri