କଣ୍ଠଶିଳ୍ପୀଙ୍କ ପାଇଁ ଦିନେ ନିଜ ହାତ ଜାଳି ଦେଇଥିଲେ ରାଜ କପୁର

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ୧୯୩୪ ମସିହା ଜାନୟାରୀ ୯ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମୁମ୍ବାଇରେ ରହୁଥିବା ମହେନ୍ଦ୍ରଙ୍କ ପାଇଁ ନିଜ ହାତ ଜାଳି ଦେଇଥିଲେ ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ୍‌ କପୁର। ମହେନ୍ଦ୍ରଙ୍କୁ କାମ ଯୋଗାଇଦେବା ପାଇଁ ତାଙ୍କୁ କଥା ଦେଇଥିଲେ। କିନ୍ତୁ ଏକଥା ସେ ବାରମ୍ବାର ଭୁଲି ଯାଉଥିବାରୁ ଦିନେ ମନେରଖିବା ପାଇଁ ଜଳନ୍ତା ସିଗାରେଟ୍‌ ନିଜ ହାତରେ ଲଗାଇଦେଇଥିଲେ।
ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା। ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଗୀତ ଗାଇ ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ମହାରାଷ୍ଟ୍ର ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କାରରେ ସମ୍ମାନିତ କରିଥିବାବେଳେ ଭାରତ ସରକାର ମହେନ୍ଦ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି।

Share