କଣ୍ଟେନରକୁ ପଛରୁ ଧକ୍କା ଦେଲା ଇଣ୍ଡିକା: ଜଣେ ମୃତ, ତିନି ଗୁରୁତର

ଭଦ୍ରକ ଅଫିସ, ୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା-ଧାମରା ଓଭରବ୍ରିଜ ନିକଟରେ ଇଣ୍ଡିକା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ବାସୁଦେବପୁର ସୁରେଶରପୁର ଗ୍ରାମର କଟି ମଲ୍ଲିକ ବୋଲି ଜଣାପଡିଛି।
ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କଟି ତାଙ୍କର ଅନ୍ୟ ତିନି ବନ୍ଧୁଙ୍କ ସହ ଇଣ୍ଡିକା ଯୋଗେ ଭଦ୍ରକରୁ ବାସୁଦେବପୁର ମନ୍ଦାରୀ ଅଭିମୁଖେ ଯାଉଥିଲେ। ଚରମ୍ପା-ଧାମରା ଓଭରବ୍ରିଜ ନିକଟ ରାସ୍ତା ଉପରେ ଥୁଆ ହୋଇଥିବା ଏକ କଣ୍ଟେନରକୁ ତାଙ୍କ କାର ପଛରୁ ଧକ୍କା ଦେଇଥିଲା। ଏଥିରେ ଗୁରୁତରମାନଙ୍କୁ ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍‌ ଗ୍ରୁପ୍‌, ବିଏସ୍‌ଏସ ଓ ଶହୀଦ ଭଗତ ସେନା ସଂଗଠନର ଯୁବକମାନେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ କଟିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।