କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା

ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ଆଦୃତି ଲାଭ କରିପାରିଛି। ପଦ୍ମାଦ୍ରୀ ଓ ବ୍ରହ୍ମାଦ୍ରୀ ପାହାଡ଼ ଉପରେ ବିରାଜିତ ନୀଳମାଧବଜୀଉ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହ ନୀଳମାଧବ ଜୀଉଙ୍କ ଦର୍ଶନ ପାଇଁ ଦୈନିକ ଶତାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଆବଶ୍ୟକ ସୁବିଧା ସୁଯୋଗ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ପର୍ଯ୍ୟଟନ ସ୍ଥଳକୁ ଦେଖିଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ପୀଠର ବିକାଶ ପାଇଁ କେତେ ଯତ୍ନବାନ ତାହା ଜାଣି ହୁଏ। ଉକ୍ତ ପୀଠ ରାଜଧାନୀ ଭୁବନେଶ୍ୱରଠାରୁ ୮୦ କିଲୋ ମିଟର ଏବଂ ନୟାଗଡଠାରୁ ମାତ୍ର ୩୦ କିଲୋ ମିଟର ଦୂରରେ ଅବସ୍ଥିତ। ଯାତ୍ରୀମାନେ ନୀଳମାଧବ ଜୀଉଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ହନୁମନ୍ତ ପ୍ରସାଦର ଶ୍ରୀରାମ ଆଶ୍ରମ ଓ ପାହାଡ ଉପରୁ ନିର୍ଗତ ଝରଣା, ଏକ କିଲୋମିଟର ଦୂରରେ ଥିବା ମା’ ନାରାୟଣୀ ପୀଠ ଦର୍ଶନରେ ଯାଇଥାନ୍ତି। ପରେ ପର୍ଯ୍ୟଟକମାନେ ପାହାଡ଼ ପର୍ବତ ଓ ମହାନଦୀର ପ୍ରାକୃତିକ ଦୃଶ୍ୟ ଉପଭୋଗ ପାଇଁ ଏହି ନୀଳମାଧବ ପୀଠରେ ଅଟକି ଯାଆନ୍ତି। ହେଲେ ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ବିଶ୍ରାମାଗାରଟିଏ ନାହିଁ। ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ହେବ କଣ୍ଟିଲୋ ଠାରୁ ଏକ କିଲୋମିଟର ଦୂର ଏକ ପାହାଡ ଉପରେ ନିର୍ମାଣ କରାଯାଇଥିବା ପାନ୍ଥଶାଳା ଆରମ୍ଭରୁ ଅକାମୀ ହୋଇପଡିଛି। ଆଲୋକ ଓ ପାଣିର ବ୍ୟବସ୍ଥା ନ ଥିବାରୁ ଭୂତକୋଠି ପ୍ରାୟ ହୋଇଛି ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେହିପରି ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନଙ୍କୁ ବଜାରରେ ବିକ୍ରି ହେଉଥିବା ପାଣି ଉପରେ ନିର୍ଭର କରିବାକୁ ପଡୁଛି। କଣ୍ଟିଲୋ ଗ୍ରାମ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଯାଇଥିବା ଏକ ଧର୍ମଶାଳାରେ ଆଲୋକ କିମ୍ବା ପାଣିର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଯାତ୍ରୀମାନେ ଏଠାରେ ରହିବାକୁ ଉଚିତ ମନେ କରୁ ନାହାନ୍ତି। ଅନ୍ୟ ପକ୍ଷରେ ଏହି ପୀଠରେ ଶୌଚ କିମ୍ବା ପରିସ୍ରା ଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏ ନେଇ ଯାତ୍ରୀମାନେ ବିଶେଷ କରି ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କଂସା ପିତ୍ତଳ ବାସନ ଶିଳ୍ପ ତଥା କାରିଗରମାନଙ୍କ ଉନ୍ନତି ଓ ବିକାଶ ନିମନ୍ତେ ଏକ ପିତ୍ତଳ ଶିଳ୍ପ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ତାହା କିନ୍ତୁ ଏବେ ଦେବୋତ୍ତର ବିଭାଗ କାର୍ଯ୍ୟରେ ଲାଗିଛିି। ଏହା ସତ୍ତ୍ୱେ ପର୍ଯ୍ୟଟନସ୍ଥଳୀ ଓ କଂସା ପିତ୍ତଳ ବାସନ ଶିଳ୍ପ ବିଷୟରେ ଜାଣିବା ପାଇଁ ଲିଫ୍‌ଲେଟର ବ୍ୟବସ୍ଥା କରାଯାଉନାହିଁ। ଫଳରେ ପର୍ଯ୍ୟଟକମାନେ ଏସବୁ ଅଞ୍ଚଳ ସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହାନ୍ତି। ଅପରପକ୍ଷେ ଯାତ୍ରୀ ଓ ପର୍ଯ୍ୟଟକମାନେ ନିଜ ନିଜର ଯାନବାହନଗୁଡିକ ପାର୍କିଂ କରିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ମହାନଦୀରେ ନୌକାରେ ବୁଲିବା ସମୟରେ ପାହାଡ ଓ ନଦୀ କୂଳ ବାଲୁକା ପଠାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ପର୍ଯ୍ୟଟକମାନେ ଅତିଷ୍ଠ ହେଉଥିବା ଅନେକେ ଅଭିଯୋଗ କରୁଛନ୍ତି। ଏଠାରେ ରୋପୱେର ବ୍ୟବସ୍ଥା ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ପାହାଡ଼ ଚଢି ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ସୃଷ୍ଟି ହେଉଛି ା ଅନେକ ଯାତ୍ରୀ ପ୍ରାୟ ପ୍ରତି ବର୍ଷ ବିଭିନ୍ନ ସମୟରେ ଏହି ପୀଠକୁ ଆସିଥାନ୍ତି , ମାତ୍ର ସେମାନଙ୍କ ଅଭିଯୋଗ ୧୦/୧୫ ବର୍ଷ ପୂର୍ବେ ଏହି ପୀଠର ପରିବେଶ ଯାହାଥିଲା ଏବେ ସେହି ଅବସ୍ଥା। କେବଳ ରାସ୍ତାଘାଟର ଅବସ୍ଥା ଯାହା ଟିକିଏ ଉନ୍ନତି ଘଟିଛି ବୋଲି ସେମାନେ ମତ ପ୍ରକାଶ କରୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀର ଅବସ୍ଥା ଯଦି ଆଗକୁ ଏହିପରି ରହେ ତେବେ ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri