କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ଫନୀ ପ୍ରଭାବିତ ବୋଲି ଘୋଷଣା କରିଛନ୍ତି। ଉଭୟ ବ୍ଲକର ବାତ୍ୟା ପ୍ରଭାବିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ବଣ୍ଟନ କରିବାକୁ କମିଶନରଙ୍କ କାର୍ଯ୍ୟାଳୟ ଚିଠି ନଂ. ୨୯୬୦ରେ କଟକ ଜିଲାପାଳଙ୍କୁ ଜଣାଇ ଦିଆଯାଇଛି। ଚିଠି ଅନୁଯାୟୀ ବ୍ଲକର ରାଶନ କାର୍ଡଥିବା ବାତ୍ୟା ପ୍ରଭାବିତଙ୍କୁ ୫୦ କିଲୋ ଚାଉଳ, ୨ ହଜାର ଟଙ୍କା ଓ ପଲିଥିନ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ପଲିଥିନ୍‌ ପାଇଁ ୫ ଶହ ଟଙ୍କା ଦେବାକୁ କୁହାଯାଇଛି। ସେହିପରି ରାଶନ କାର୍ଡ ନ ଥିବା ବାତ୍ୟା ପ୍ରଭାବିତଙ୍କୁ ୫୦ କିଲୋ ଚାଉଳ ଦେବାକୁ କମିଶନର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସରକାରଙ୍କ ତ୍ରୁଟିିପୂର୍ଣ୍ଣ ଚୟନ ଯୋଗୁ ବହୁ ଗରିବ ପରିବାର ରାଶନ କାର୍ଡ ପାଇପାରି ନାହାନ୍ତି। ଫଳରେ ସେମାନଙ୍କ ପାଇଁ ସରକାରଙ୍କ ରିଲିଫ ପରିଚାଳନା ମାନଦଣ୍ଡ ଏକପ୍ରକାର ଅଭିଶାପ ପାଲଟିଛି।
ସୂଚନାଯୋଗ୍ୟ, ବାଲିଅନ୍ତା-ବାଲିପାଟଣା ସୀମାନ୍ତକୁ ଲାଗି ରହିଥିବା କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ବାଦ ଦିଆଯାଇଥିଲା। ଏ ନେଇ ୮ ତାରିଖଠାରୁ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଲକର ସମସ୍ତ ଲୋକ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳ କଣ୍ଟାପଡା ବ୍ଲକକୁ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଘେଷଣା ପାଇଁ ଜିଲା ଓ ରାଜ୍ୟ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଲୋକ ପ୍ରତିନିଧିଙ୍କ ଦାବିକୁ ଭିତ୍ତିକରି ଗତ ୧୪ ତାରିଖରେ କେନ୍ଦ୍ରୀୟ ପ୍ରତିନିଧିଦଳ କଣ୍ଟାପଡା ଓ ନିଆଳି ବ୍ଲକର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ସ୍ଥିତି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri