କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର କଣ୍ଟାକ୍ଟଲେନ୍ସ୍‌ ତିଆରି କରାଯାଇଛି। ଏଥିରେ ଜିପିଏସ୍‌ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ଆଖିରେ ଲଗାଇଲେ ଦେଖିବା ସମସ୍ୟା ଦୂର ହେବା ସହିତ ହାର୍ଟ ବିଟ୍‌ କରୁଥିବାର ମଧ୍ୟ ଦେଖି ହେବ। ଏହି କଣ୍ଟାକ୍ଟଲେନ୍ସ୍‌ ସମୟ, ପାଣିପାଗ ସୂଚନା, କ୍ୟାଲେଣ୍ଡର ସମ୍ପର୍କିତ ସୂଚନା, ଆଖପାଖରେ ମିଳୁଥିବା ସାଧାରଣ ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଜଣାଇଦେଇ ପାରିବ। ଏଥିରେ ନାଇଟ୍‌ ଭିଜନ ସୁବିଧା ମଧ୍ୟ ରହିଛି। ଫଳରେ ଏହା ଏକ ରୋବୋଟିକ୍‌ ଆଖି ଭଳି କାମ କରିବାକୁ ସକ୍ଷମ ହୋଇପାରିବ ବୋଲି ମୋଜୋ ଭିଜନର ମୁଖ୍ୟ ଟେକ୍ନୋଲୋଜି ଅଫିସର ମାଇକ୍‌ ବେମର ସୂଚନା ଦେଇଛନ୍ତି। ଆଖିର ପଲକ ପଡ଼ିବା ଅନୁସାରେ ଏହା ଭିନ୍ନ ଭିନ୍ନ କାମ କରିବାକୁ ସକ୍ଷମ ହୋଇପାରିପାରିବ। ଏହାକୁ ଲାସଭେଗାସ୍‌ରେ ଆୟୋଜିତ ସର୍ବ ବୃହତ୍‌ ଇଲୋକ୍ଟୋନିକ୍ସ୍‌ ଶୋରେ ପ୍ରଦର୍ଶନ କରାଯାଇଥିଲା।

Share