କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବଲାଙ୍ଗୀର ୧୫୪ଟି କେନ୍ଦ୍ରରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ବଲାଙ୍ଗୀର ଅଫିସ,୧୯।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ଛ୍ରାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସକାଳ ୯ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇ ଥିବା ବେଳେ ୪ଟି ସ୍କ୍ବାଡ ସହ ୧୪ଟି ବ୍ଲକସ୍ତରୀୟ ସ୍କ୍ବାଡ ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ନଜର ରଖିଥିବା ଡିଇଓ ଧ୍ରୁବ ଚରଣ ବେହେରା କହିଛନ୍ତି। ତେବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାରୁ ଛାତ୍ରୀଛାତ୍ରମାନଙ୍କ କୌଣସି ସମସ୍ୟା ଉପୁଜିବ ନାହିଁି ବୋଲି ଅଭିଭାବକମାନେ କହିଛନ୍ତି।