Categories: ଜାତୀୟ

କଟା ହେଲା ୮ଶହ ଗଛ: ଫସର ଫାଟିଲା ବିକ୍ଷୋଭ; ଶହେରୁ ଅଧିକ ଗିରଫ

ମୁମ୍ବାଇ,୫।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କାଟିବା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ତାହା ଫସର ଫାଟ ଯାଇଛି। ଶେଷରେ ୮ଶହ ଗଛକୁ କାଟି ଦିଆଯାଇଛି। ଇତିମଧ୍ୟରେ ଏଠାକାର ୩ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳକୁ ପୋଲିସ ସିଲ୍‌ କରିଦେଇଛି। ସେହିପରି ଶହେରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଆରେ କଲୋନୀକୁ ଜଙ୍ଗଲ ଘୋଷିତ କରାଯିବା ଲାଗି କରାଯାଇଥିବା ସମସ୍ତ ଆବେଦନକୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରାଯାଇଛି।

Share