କଟକ: ୧୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୨୪।୧୦: ଗତ ୫ଦିନରେ କଟକ ସହରରେ ମୋଟ ୧୯ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଏସ୍‌ସିବି ମେଡିକାଲରେ ମୋଟ ୭୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ୱାର୍ଡରେ ଓ ୫ଜଣଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ବୁଧବାର ୧୩୮ଜଣଙ୍କଠାରୁ ରକ୍ତନମୁନା ସଂଗ୍ରହ କରଯାଇଥିବା ବେଳେ ୩୨ ନମୂନାରୁ ଡେଙ୍ଗୁ ପଜିଟିଭ ମିଳିଛି। ଏମାନଙ୍କ ମଧ୍ୟରେ କଟକ ଜିଲାର ୫ଜଣ ରୋଗୀ ରହିଛନ୍ତି।